ବ୍ଲକ ସ୍ତରୀୟ ସମନ୍ୱୟ ମେଳା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଗ୍ରାମାଞ୍ଚଳ ମହିଳା ମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଏବେ ଓଡିଶା ଜୀବିକା ମିଶନ ଜରିଆରେ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି । ବିଶେଷ କରି ମହିଳାମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସହିତ କମ ସୁଧରେ ଋଣ ଦେଇ ସେମାନଙ୍କ ପରିବାର ବର୍ଗଙ୍କ ମୁହଁରେ ହସ ଫୁଟାଉଛନ୍ତି । ଏହି ପରିପ୍ରେକ୍ଷିରେ ଭଣ୍ଡାରିପୋଖରୀ କଲେଜ ଠାରେ ଆଜି ଏସଏଚଜି ମହିଳା ମାନଙ୍କୁ ନେଇ ଏକ ସମ୍ମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଜୀବିକା ମିଶନ ବିଭାଗ ଭାରପ୍ରାପ୍ତ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ବିଡିଓ ଦେବଦତ୍ତ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହିଳା ମାନେ ଋଣ ନେଇ ସଠିକ ସମୟରେ ସୁଝି ପାରିଲେ ସରକାରଙ୍କ ଯୋଜନା ସୁଫଳ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାସ କହିଥିଲେ । ଅନ୍ୟତମ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ଜିଲ୍ଲା ପ୍ରକଳ୍ପ ପରିଚାଳକ ସଞ୍ଜୟ କୁମାର ବାରିକ, ଅଧ୍ୟାପକ ଭରତ ଚନ୍ଦ୍ର କରଣ, ସମାଜସେବୀ ଦେବେନ୍ଦ୍ର ଦାସ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ସାହୁ, ବ୍ୟାଙ୍କ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ଧନୁର୍ଦ୍ଧର ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ମନ୍ୱୟ ମେଳା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକ ଅଞ୍ଚଳର ୨୫୩ଗୋଟି ଏସଏଚଜି ଗ୍ରୁପକୁ ପ୍ରାୟ ୫କୋଟି୪୪ଲକ୍ଷ ୮୧ହଜାର ଟଙ୍କା ଋଣ ଆକାରରେ ପ୍ରଦାନ କରାଯାଇଥିବା ମେଳାରେ ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଥିଲେ । ଏଥିରେ ବହୁ ସ୍ୱାବଲମ୍ବୀ ମହିଳାଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଅଧିକାରୀ, ବ୍ୟାଙ୍କ ମିତ୍ର ମାନେ ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମକୁ ଜୀବିକା ମିଶନର ବନିତା ଦଳାଇ, କାଞ୍ଚନବାଳା ମଲ୍ଲିକ, ସୀମାରାଣୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।