ପଂଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ତାଲିକା
ନାଉଗାଁ, (ଓ୍ବାଇଏନ୍ଏସ୍) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାଉଗାଁ ବ୍ଳକରେ ଥିବା ପ୍ରତି ଗ୍ରାମପଂଚାୟତ ସରପଂଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପଦବୀ ଗୁଡିକର ଚୂଡାନ୍ତ ତାଲିକା ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି । ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକା ଅନୁସାରେ ନାଉଗାଁ ବ୍ଳକର ୧୬ଟି ପଂଚାୟତର ସମିତି ସଭ୍ୟ ମଧ୍ୟରୁ ଅଲଣା ଓ ଗଜରାଜପୁର ଅନୁସୂଚିତ ଜାତି ମହିଳା, ଓଷକଣା, ଘୋଡାଂଶ, ଡାବର, ଡେରିକି ଓ ଶିଖର ଅସଂରକ୍ଷିତ, ବଛାଳୋ ଓ ବାଂଶ ପଛୁଆବର୍ଗ, କୋରୁଅ ଅନୁସୂଚିତ ଜାତି, ଗଳଧାରୀ, ନୂଆଗାଁ ଓ ରୋହିଆ ମହିଳା, ତିରୁଣା ଓ ନାଉଗାଁ ପଛୁଆବର୍ଗ ମହିଳା, ଜାମୁଗାଁ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସରଂକ୍ଷିତ ରହିଛି । ସେହିପରି ସରପଂଚ ତାଲିକାରେ କୋରୁଅ ଓ ଅଲଣା ଅନୁସୂଚିତ ଜାତି ମହିଳା, ଗଳଧାରୀ, ତିରୁଣା, ବାଂଶ , ଶିଖର ଓ ନୂଆଗାଁ ଅସଂରକ୍ଷିତ, ଘୋଡାଂଶ ଓ ଡେରିକି ପଛୁଆବର୍ଗ, ଗଜରାଜପୁର ଅନୁସୂଚିତ ଜାତି, ଡାବର, ନାଉଗାଁ, ବଛାଳୋ ଓ ରୋହିଆ ମହିଳା, ଓଷକଣା ଓ ଜାମୁଗାଁ ପଛୁଆବର୍ଗ ମହିଳା ପଦବୀ ପାଇଁ ସରଂକ୍ଷିତ ଥିବା ଜଣାଯାଇଛି । ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।


