ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଦରଦାମ ବୃଦ୍ଧି ପ୍ରତିବାଦରେ ଆଜିଠାରୁ ୭ ତାରିଖ ଯାଏଁ ଶାସକ ବିଜେଡିର ରାଜ୍ୟବ୍ୟାପୀ ବିକ୍ଷୋଭ ଚାଲିବ । ଆଜି ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତିବାଦ ସଭା ଅବସରରେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ର ଟିକାବାଲି ବ୍ଲକ ରେ ମଧ୍ୟ ବ୍ଲକ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ଭାରତର ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଆଗାମୀ ଦିନ ଗୁଡିକରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯିବା ସହ ଜୋରଦାର ବିକ୍ଷୋଭ କରାଯିବ ବୋଲି ସୂଚନା ମିଳୁଛି।ଏନେଇ ଗତକାଲି ମଧ୍ୟ ଦରଦାମ ବୃଦ୍ଧି ପ୍ରତିବାଦ ରେ ଭୁବନେଶ୍ୱର ସହରରେ ରାଜରାସ୍ତାକୁ ଓହ୍ଲାଇଥିଲା ଦଳ । ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ସାଇକେଲ ରାଲି ମଧ୍ୟ ବାହାର କରାଯିବା ସହ ରାଜଭବନ ଆଗରେ ଧାରଣା ଦିଆଯାଇଥିଲା । କାଲିର ସେହି କାର୍ଯ୍ୟକ୍ରମ ରେ ଦଳର ବିଭିନ୍ନ ନେତା ସାମିଲ ହୋଇଥିଲେ । କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ନୀତି ଯୋଗୁଁ ଜନସାଧାରଣଙ୍କ ଉପରେ ମହଙ୍ଗା ମାଡ ହେଉଛି ବୋଲି ଦଳୀୟ ନେତାମାନେ କହିଥିଲେ ।ଆଜିର ଏହି ବିକ୍ଷୋଭ ରେ ଟିକାବାଲି ବିଜେଡି ଦଳର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ,ଟିକାବାଲି ବିଜେଡି ବ୍ଲକ ସଭାପତି ରୋଦନ ମଲିକ,ଟିକାବାଲି ବିଜେଡି ମହିଳା ସଭାନେତ୍ରୀ ଅପସରି ଦିଗାଳ, ଟିକାବାଲି ଜିଲ୍ଲା ପରିଷଦ ପ୍ରଦୀପ ଦିଗାଳ,ବିଧାୟକ ପ୍ରତିନିଧି ତନୁଜ ଭୋଇ, ସାଂସଦ ପ୍ରତିନିଧି ଶୃଜନ ନାୟକ, ଚକାପାଦ ସାଂସଦ ପ୍ରତିନିଧି ପ୍ରଦୀମନ ଦିଗାଳ, ପୂର୍ବତନ ସରପଞ୍ଚ ଦିଲ୍ଲୀପ କହଁର ଏବଂ ବ୍ଲକରୁ ଶତାଧିକ ମହିଳା ମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ