ଜୀବିକା ମିଶନ ଅଧିକାରୀଙ୍କୁ ଘେରିଲେ ମହିଳା ଗୋଷ୍ଠୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରେ ଜୀବିକା ମିଶନ ପକ୍ଷରୁ ଗଠନ ହୋଇଥିବା ମହିଳା ଗୋଷ୍ଠୀକୁ ନେଇ ଏବେ ଦ୍ଵନ୍ଦ ତୀବ୍ର ହେବାରେ ଲାଗିଛି। ପଞ୍ଚାୟତରେ ମହିଳା ଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ କୌଣସି ଜନହିତକାରି କାର୍ଯ୍ୟର ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ବ୍ଲକ ପରିସର ଜୀବିକା ମିଶନ କାର୍ଯ୍ୟାଳୟ ମଧ୍ୟରେ ଅନେକ ମହିଳା ଅଧିକାରୀ ମାନଙ୍କୁ ଘେରିବା ଘଟଣା ଗୋଷ୍ଠୀର ତୀବ୍ର ଅସନ୍ତୋଷକୁ ପଦାରେ ପକାଇଥିବା ପ୍ରମାଣିତ କରିଛି। ଏଠାରେ ସୂଚିତ ପୂର୍ବରୁ ଗଠନ ହୋଇଥିବା ମହିଳା ଗୋଷ୍ଠୀ ରାମଚନ୍ଦ୍ରପୁର ପଂଚାୟତ ଠାରେ ସୁଚାରୁରୂପେ କାର୍ଯ୍ୟ କରୁଥିବା ବେଳେ ଗତ କିଛି ମାସ ହେବ ଏଥିରେ ଦ୍ଵନ୍ଦ ଉପୁଜୁଛି। ବିଶେଷକରି ସମ୍ପାଦିକା ପଦକୁ ନେଇ ଦ୍ଵନ୍ଦ ଉପୁଜିଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଏହାକୁ ସମାଧାନ କରିବା ଦିଗରେ ବିଫଳ ହୋଇଛନ୍ତି। ଏପରିକି ଆଜି ଜୀବିକା ମିଶନ ଅଧିକାରୀ ସଞ୍ଜୟ ବାରିକ ଓ ସୁବ୍ରତ କୁମାର ପଣ୍ଡା ବ୍ଲକ କାର୍ଯ୍ୟାଳୟରେ ପହଂଚିବା କ୍ଷଣି ମହିଳା ମାନେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମହିଳା ଗୋଷ୍ଠୀ ପରିଚାଳନା ପାଇଁ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଆବଶ୍ୟକ ସଂଖ୍ୟକ ସଭ୍ୟା ଉପସ୍ଥିତ ରହିବାକୁ ଅଧିକାରୀ ମାନେ ସୂଚନା ଦେଇଥିଲେ। ଏହାକୁ ନେଇ ତୁମ୍ଭି ତୋଫାନ ଆରମ୍ଭ ହୋଇଥିବା ବେଳେ ଆଲୋଚନା ବିଫଳ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ