ଗଜପତିରେ ଚାଷୀଙ୍କୁ ଟାର୍ପୁଲିନ ଯୋଗାଇ ଦେବାକୁ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ରଇତ ସଂଘର ଏକ ଜରୁରୀ ବୈଠକ ଅନୁଷଠିତ ହୋଇଯାଇଛି । ଏହି ବୈଠକରେ କାର୍ଯକାରୀ ସଭାପତି ଏସ୍‌.ତାତେୟା, ଉପସଭାପତି ୱାଇ. ଧନଞ୍ଜୟ, କେ.ସୂରିୟା ରାଓ, ସଂପାଦକ ରଘୁରାମ ସାହୁ ଓ କାର୍ଯକାରୀ କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ନେଇ ଆଲୋଚନା ହୋଇଥିଲା । ମତ ପ୍ରକାଶ ପାଇଥିଲା ଯେ, ପ୍ରାୟ ଅଶୀ ପ୍ରତିଶତ ଚାଷୀ ଧାନ କାଟି ସାରିଛନ୍ତି ଓ ବିଲରେ ସେମାନଙ୍କର ଧାନ ପଡି ରହିଛି । ଯଦି ଜାରି କରାଯାଇଥିବା ସୂଚନା ମୁତାବକ ବାତ୍ୟା ଓ ବର୍ଷା ହୁଏ ତେବେ ସେ ଧାନ ସବୁ ନଷ୍ଟ ହୋଇଯିବ । ତେଣୁ ଧାନ ଘୋଡାଇବା ପାଇଁ ତୁରନ୍ତ ପ୍ରଶାସନ ତରଫରୁ ଚାଷୀମାନଙ୍କୁ ଟାର୍ପୁଲିନ୍ ଯୋଗାଇଦେବାର ଆବଶ୍ୟକତା ରହିଛି । ସଭାପତି କହିଛନ୍ତି ଯେ, କେବଳ ସତର୍କ ସୂଚନା ଜାରି କରିଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ । ବର୍ଷା ଓ ବାତ୍ୟା ହେଲେ ଧାନ ସହ ପରିବା ଫସଲ ବି ନଷ୍ଟ ହୋଇଯିବ । ଯଦି ବଂଶଧାରରେ ବନ୍ୟା ଆସେ ନଦୀ କୂଳରେ ଥିବା ପ୍ରାୟ ୪୦୦ ଏକର ଜମିରେ ପାଣି ମାଡିଯିବାର ସମ୍ଭାବନା ରହିଛି । ଏଥିପ୍ରତି ପ୍ରଶାସନ ସତର୍କ ରହିବା ସହ ଆବଶ୍ୟକୀୟ ପ୍ରତିକାରାତ୍ମକ ପଦକ୍ଷେପ ନେବା ଉଚିତ । ତେବେ ବର୍ତ୍ତମାନ ପାଇଁ ବିଲରେ ପଡି ରହିଥିବା ଧାନ ଘୋଡାଇବା ସକାଶେ ତୁରନ୍ତ ଚାଷୀମାନଙ୍କୁ ଟାର୍ପୁଲିନ ଯୋଗାଇଦେବାକୁ ସଂଘର ନିଷ୍ପତ୍ତି ଅନୁଯାୟୀ ସଭାପତି ଶ୍ରୀ ମିଶ୍ର ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ