ବାଲିଗାଡି ଜବତ୍
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ଗତ ସପ୍ତାହ ଧରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବେଆଇନ ବାଲି ଗାଡ଼ି ଜବତ କରାଯାଇଛି । ସ୍ଥାନୀୟ ବୈତରଣୀ ନଦୀରୁ ବେଆଇନ ବାଲି ଉତୋଳନ କରି ମାଫିଆମାନେ ଦୈନିକ ଚାଲାଣ କରୁଥିବା ବେଳେ ଏହାକୁ ବନ୍ଦ କରିବା ପ୍ରଶାସନ ପାଇଁ ଵଡ ଚ୍ୟାଲେଞ୍ଜ ହୋଇଯାଇଛି । ତହସିଲଦାର ସରୋଜ କାନ୍ତ ନାୟକଙ୍କ ନେତୃତ୍ୱରେ ଏବେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବେଆଇନ ବାଲି ଟ୍ରକ୍ ଓ ଟ୍ରାକ୍ଟର ଜବତ୍ କରାଯାଇଛି । କିଛି ଗାଡ଼ି ଠାରୁ ରାଜସ୍ଵ ଆକାରରେ ଜୋରିମାନା ଆଦାୟ ହୋଇଥିବା ବେଳେ ଆଉ କିଛି ଗାଡ଼ି ଅଟକ ଥିବା ସୂଚନା ମିଳିଛି ।