ବିଜେପିର ମାରାଥନ ପ୍ରଚାର
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ପଞ୍ଚାୟତ ଠାରେ ସଦର ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ଶ୍ରୀ ଦତ୍ତ ଡୋର ଟୁ ଡୋର କ୍ୟାମ୍ପନିଂ କରି କେନ୍ଦ୍ର ସରକାରର ସ‘ଳତା ଓ ରାଜ୍ୟ ସରକାରର ବି‘ଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛନ୍ତି । ଶ୍ରୀ ଦତ୍ତ କହିଛନ୍ତି ଗତ ଉପ ନିର୍ବାଚନରେ ବିଜୁ ଜନତା ଦଳ ଯେଉଁ ସବୁ ପ୍ରତିଶୃତି ସାଧାରଣ ଜନତାକୁ ଦେଇଥିଲେ, ତାହା ଆଜି ପାଣିର ଗାର ସଦୃଶ ପ୍ରମାଣିତ ହୋଇସାରିଛି ଓ ଏହାର ଜବାବ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋକେ ବାଲାଟ ବୋକ୍ସରେ ଦେବେ । ସେ କହିଛନ୍ତି ରାଜ୍ୟ ସରକାର ବିଭିନ୍ନ ଯୋଜନା ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରେ ଉପକୃତ ହୋଇପାରୁନାହାନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଦେଉଥିବା ବେଳେ ଏଠି ରାଜ୍ୟ ସରକାର ସେଥିରେ ନିଜ ନାମର ପୋଷ୍ଟର ମାରି ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସଦର ନେତା ଶ୍ରୀ ଦତ୍ତ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟର ୨୯ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟ କୁମାର ନାୟକ, ସରପଞ୍ଚ ପ୍ରାର୍ଥୀ ରାମନାରାୟଣ ଦ୍ୱିବେଦୀ, ସମିତିସଭ୍ୟା ରଶ୍ମିତା ମଣ୍ଡଳ, ମଣ୍ଡଳ ସଭାପତି ବିଜୟ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ୱାର୍ଡମେମ୍ବର ପ୍ରାର୍ôଥନୀ ଲକ୍ଷ୍ମୀ ମାଝୀ ଓ ସୁଲୋଚନା ବାରିକ, ବିମଲ ସାହୁ, ଶୁଭ୍ରାଂଶୁ ବାରିକ, ସୁଶୀଲ ମଣ୍ଡଳ, ପ୍ରଦୀପ ନାୟକ, ବିଜୟ ମାଇତି, ମାନସ ମଣ୍ଡଳ, ଲୋକନାଥ ବେରା, ଶଶିକାନ୍ତ ବାରିକ, ରଞ୍ଜିତା ବାରିକ, ପବନ କମିଳା, ଚନ୍ଦନ ନାୟକ, ବବଲୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


