ବିଜେପି ଜିଲ୍ଳା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ବିଜେପି ସମ୍ପାଦିକା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ର ତିନି ଜିଲ୍ଳା ପରିଷଦ ଜୋନ୍ ଏବଂ 18 ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡସଭ୍ୟଙ୍କ ପାଇଁ ବିଜେପି ଏବଂ ବିଜେଡ଼ି ପ୍ରଚାର କାର୍ଯ୍ୟକ୍ରମ ଜୋରଦାର୍ କରିଛନ୍ତି I ଏହି ଅବସରରେ ଆଜି ବିଜେପି ରାଜ୍ୟ ସମ୍ପାଦିକା ବେଲଗୁଣ୍ଠା ବିଜେପିର ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଙ୍ଗପୁର ଏବଂ ପାଇଲିପଡ଼ା ପଂଚାୟତରେ 48 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀ ସୁଧୀର କୁମାର ଜେନା ଏବଂ ବିଜେପି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟଙ୍କ ପାଇଁ ପ୍ରଚାର କରିଛନ୍ତି I ଆଜି ଶ୍ରୀମତୀ ସାମନ୍ତ ସିଂହାର ପ୍ରଥମେ ଗାଙ୍ଗପୁରରେ ପହଞ୍ଚି ଜିଲ୍ଲାପରିଷଦ ପ୍ରାର୍ଥୀ ସୁଧୀରଙ୍କ ସମେତ ସରପଞ୍ଚ ପ୍ରାର୍ଥୀନୀ ବାସନ୍ତୀ ଡାକୁଆ, ସମିତି ସଭ୍ୟା ପ୍ରାର୍ଥୀନୀ ଗୀତାଞ୍ଜଳି ବିଷୋୟୀ ଏବଂ ୱାର୍ଡସଭ୍ୟ ମାନଙ୍କ ପାଇଁ ପ୍ରଚାର କରିଥିଲେ I ଏହି ଅବସରରେ ଗାଙ୍ଗପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ I ଏହାପରେ ସେ ପାଇଲିପଡ଼ା ପଂଚାୟତର ପାଇଲିପଡ଼ା ,ବାରଟା, ନୁଆଁଗଡ଼ ,ଜାଲଖାଇ ,ଧାନପୁଞ୍ଜା ଗ୍ରାମରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟ ଭିକ୍ଷା କରିଥିଲେ I ଆଜିର ପ୍ରଚାର କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଶ୍ରୀମତୀ ସାମନ୍ତ ସିଂହାରଙ୍କ ସହିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ରାଉତ,ବରିଷ୍ଠ ବିଜେପି ନେତା ବସନ୍ତ ବିଷୋୟୀ, ଗାଙ୍ଗପୁର ବିଜେପି ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ଡାକୁଆ ପ୍ରମୁଖ ଉପସ୍ଥିତରହି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ I ଆଜିର ପ୍ରଚାର କାର୍ଯ୍ୟକ୍ରମରେ ପାଖାପାଖି 300 ମହିଳା ବିଜେପି ପ୍ରାର୍ଥୀଙ୍କ ସାଙ୍ଗରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ