ଉଷ୍ମ ହେଉଛି ଗାଁ ରାଜନୀତି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକର ୨୨,୨୩ ଓ ୨୪ନଂ ଜୋନ ଅଧିନ ୨୩ଗୋଟି ପଞ୍ଚାୟତରେ ଆସନ୍ତା ୧୮ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ଗାଁ ରାଜନୀତି ଉଷ୍ମ ହେବାରେ ଲାଗିଛି । ବିଶେଷ କରି ପ୍ରାର୍ଥୀ ମାନେ ଏବେ ବିଭିନ୍ନ ଡ଼ାକବାଜି ଓ ଭୋଟ ସଂକେତକୁ ହାତରେ ଧରି ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ଲକ ଅଧିନ ରାଜେନ୍ଦ୍ରପୁର ପଂଚାୟତ ଠାରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମୃତ୍ୟୁଞ୍ଜୟ ମାଝୀ ଓ ସମିତିସଭ୍ୟା ପ୍ରାର୍ଥୀନୀ ସରୋଜିନୀ ସାହୁ ଆଜି ପ୍ରଚାରକୁ ଜୋରଦାର କରିଛନ୍ତି। ଦୁଇ ଜଣ ଯାକ ପଞ୍ଚାୟତର ବିଭିନ୍ନ ୱାର୍ଡକୁ ବୁଲି ଭୋଟ ପାଇଁ ନିବେଦନ କରିଥିବା ବେଳେ ଏଥିରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ ସାହୁ , ପଞ୍ଚାୟତ ସଭାପତି ସୁବାଷ ଦାସ,କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ରୋହିତ ଭାରତୀ, ଅଭିରାମ ବିଶ୍ୱାଳ, ସରୋଜ ସେଠୀ ଗଦାଧର ସାହୁ, ଲକ୍ଷ୍ମୀଧର ସେନାପତି, ସନ୍ତୋଷ ଭାରତୀ, ରାମଚନ୍ଦ୍ର ଭାରତୀ ପ୍ରମୁଖ ସାମିଲ ହୋଇଛନ୍ତି । ସେହିଭଳି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପୁର୍ଣ୍ଣଚନ୍ଦ୍ର ମାଝୀ, ସମିତି ସଭ୍ୟ ପ୍ରାର୍ଥୀନୀ ସରୋଜିନୀ ପରିଡା ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଭୋଟ ନିବେଦନ କରିଛନ୍ତି। ଏଥିରେ ଗଜାନନ ମାଝୀ, ପ୍ରିୟବ୍ରତ ସାହୁ, ଚିତ୍ତରଞ୍ଜନ ସେନାପତି, ନିରାକାର ଆରୁଖ, ଅନୁଆ ମାଝୀ, ଭାସ୍କର ଦଳାଇ, ପ୍ରମିଳା ମାଝୀ, କାଳନ୍ଦୀ ଦଳାଇ ପ୍ରମୁଖ ବିଜେଡି କର୍ମୀ ମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ବାସନ୍ତୀ ଜେନା ଓ ସମିତି ସଭ୍ୟା ପ୍ରାର୍ଥୀନୀ ପ୍ରମିଳା ସେଠୀ ଆଜି ଏକ ବାଇକ ରାଲିରେ ନିର୍ବାଚନ ପ୍ରଚାର କରିଛନ୍ତି । ଏଥିରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜିଲ୍ଲା ପରିଷଦ ପ୍ରାର୍ଥୀ ସ୍ୱରାଜ ମହାପାତ୍ର, ମଣ୍ଡଳ ସଭାପତି ପ୍ରଫୁଲ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ସେହିଭଳି ନାଆମୀ ପଂଚାୟତ ଠାରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ବୈଦେହୀ ଜେନା ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରଦୀପ ପାଢ଼ୀ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି ।


