ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ‘ରୟାଲ୍ କୁଇନ୍‌’ ମଣ୍ଡପରେ ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇିଯାଇଛି । ପୂର୍ବାହ୍ଣରେ ଭୁବନେଶ୍ୱର ସମ୍ ଅଲଟିମେଟ୍ ହସପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଚିନ୍ମୟୀ କର, କ୍ୟାନସର ବିଭାଗ ଡାକ୍ତର ସୁବାଶିଷ ମିଶ୍ର ଓ ରୋଟାରୀ ବାଲେଶ୍ୱର ଚକ୍ଷୁ ହସପିଟାଲ ଡାକ୍ତରମାନଙ୍କ ସହଯୋଗରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍କୁଲ୍‌, କଲେଜ୍ ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସନ୍ଦର୍ଭ ପ୍ରସ୍ତୁତି କରାଯାଇ ତନ୍ମଧ୍ୟରୁ ୪ (ଚାରି) ଜଣଙ୍କୁ କୁଳପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଭାପତି ଆଇନଜୀବୀ ହରେକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । କୂଳପତି ପ୍ରଫେସର ତ୍ରିପାଠୀ, ଡାକ୍ତର ଗୀତା ଗିରି, ଡାକ୍ତର ଚିନ୍ମୟୀ କର, ଡାକ୍ତର ସୁବାଶିଷ ମିଶ୍ର ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସର ତାତ୍ପର୍ଯ୍ୟ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପରାମର୍ଶ ଦେଇଥିଲେ । ଟ୍ରଷ୍ଟ୍ ତରଫରୁ କିଶୋର ଦାସ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସଂଗଠନର ସମ୍ପାଦକ ଡ. ପଙ୍କଜ କୁମାର ଜେନା ବିବରଣୀ ପାଠ କରିଥିଲେ । ସାଧାରଣ ସମ୍ପାଦକ ଉପେନ୍ଦ୍ରନାଥ ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗରେ ପ୍ରାୟ ୨୦୦ରୁ ଅଧିକ ରୋଗୀ ଚିକିତ୍ସିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରଧାନ, ଲମ୍ବୋଦର ନାୟକ, ଆଶିଷ ସାହୁ, ବନ୍ଦନା ବିଶ୍ୱାଳ, ଭାବଗ୍ରାହୀ ମହାନ୍ତି, ସୌରୀ ଶଙ୍କର ପରିଡ଼ା, ଜ୍ୟୋତିର୍ମୟୀ ସାମଲ, ସଂଘମିତ୍ରା ମହାନ୍ତି, ରଶ୍ମିତା ବିଶ୍ୱାଳ, ସିପ୍ରାରେଖା ମହାପାତ୍ର, ସଞ୍ଜୀବ ବ ନାୟକ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ