ଦାୟୀତ୍ୱ ଗ୍ରହଣ କଲେ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ମନରଞ୍ଜନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ନବନିର୍ବାଚିତ ଅଧ୍ୟକ୍ଷ ମନରଞ୍ଜନ ଘଡେଇ ଆଜି ବନ୍ତ ପଞ୍ଚାୟତ ସମିତିର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ପରେ ସେ ସାଧାରଣ ଲୋକଙ୍କର ବାର୍ଦ୍ଧକ୍ୟ, ବିଧବା ଭତ୍ତା, ରାସନ କାର୍ଡ ଓ ପକ୍କା ଘର କିପର ଯଥାଶିଘ୍ର ହୋଇପାରିବ ସେନେଇ ତୁରନ୍ତ ପଦକ୍ଷେପ ନେବେ ବୋଲି ଦୃଢତାର ସହିତ ପ୍ରତିଶୃତି ଦେଇଥିଲେ । ପ୍ରାରମ୍ଭରେ ବ୍ଲକ ଅଧ୍ୟକ୍ଷଙ୍କ ଅଫିସକୁ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା । ପରେ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । କାର୍ଯ୍ୟଭାର ଗ୍ରହଣ ବେଳେ ବିଧାୟକ ପ୍ରତିନିଧି ତଥା ରାଜ୍ୟ ବିଜେଡି ସମ୍ପାଦକ ଇଂ.ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁଙ୍କ ସମେତ ସମସ୍ତ ସମିତି ସଭ୍ୟସଭ୍ୟା ଓ ଦଳୀୟ ନେତୃତ୍ୱ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ