ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ :୨୫୦ ଯୁବ ପ୍ରତିନିଧି ଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ପୁରୀ ଓ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ମିଳିତ ଆନୁକୁଲ୍ୟ ରେ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ କିଟ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଛତିଶଗଡ ଓ ଝାଡ଼ଖଣ୍ଡ ରାଜ୍ୟର ୨୫୦ଜଣ ଆଦିବାସୀ ଯୁବ ସ୍ଵେଚ୍ଛାସେବୀ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ପରିଭ୍ରମଣ କରିଥିଲେ । ଏହି ପ୍ରତିନିଧି ଦଳ କୋଣାର୍କ ପରିଭ୍ରମଣ କରି ଏହାର କଳା ସଂସ୍କୃତି ଓ ଐତିହ୍ୟ ଉପରେ ପର୍ଯ୍ୟବେସିତ କଳାକୃତି ବୁଲି ଦେଖିଥିଲେ । ଏହି ପ୍ରତିନିଧି ଦଳକୁ କୋଣାର୍କ ଠାରେ ଫ୍ରେଣ୍ଡସ କ୍ଲବ ଓ ବସନ୍ତ ମଂଜରୀ ପାଠାଗାରର କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳ ଯୁବ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ସଂସ୍କୃତି, ଐତିହ୍ୟ, ଖାଦ୍ୟପେୟ ଓ ସଂସ୍କୃତିକ ବିକାଶର ଆଦାନପ୍ରଦାନ ସହ ନିଜ ଅଞ୍ଚଳର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ସ୍ଥିତ କିଟ ବିଶ୍ୱବିଦ୍ୟାଳୟ ଠାରେ ପରିବେଷଣ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ସହ ସଂଶ୍ଲିଷ୍ଟ ହୋଇଥିବା  ନେହେରୁ ଯୁବ କେନ୍ଦ୍ର ନିର୍ଦ୍ଦେଶକ ବୀରେନ୍ଦ୍ର ଖେତ୍ରି  ପ୍ରକାଶ କରିଛନ୍ତି । ଏହି ଅବସରରେ ନିର୍ଦ୍ଦେଶକ ବୀରେନ୍ଦ୍ର ଖେତ୍ରି, ଉପନିର୍ଦ୍ଦେଶକ ବିପି ଶାହା, ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଯୁବ ସଂଯୋଜକ ଜୟଶଙ୍କର ଯୋଶୀ, ସମାଜସେବୀ ରାମକୃଷ୍ଣ ମହାନ୍ତି, ନିରଂଜନ ତ୍ରିପାଠୀ, ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ, ଶୁଭ୍ରାଂଶୁ ସେଠୀ ଓ ପ୍ରିୟ ରଂଜନ ରଥ ପ୍ରମୁଖ ଉପସ୍ଥିତ ରହି ପ୍ରତିନିଧି ଦଳକୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ