ପଦନ୍ନୋତି ପାଇ ବଦଳିଲେ ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ କେ.ସୁଦର୍ଶନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେକ କେ.ସୁଦର୍ଶନ ପଦନ୍ନୋତି ପାଇ ବଦଳି ହୋଇଥିବାର ଜଣାପଡିଛି | ଏଥିନିମନ୍ତ ପାରଳାଖେମୁଣ୍ଡି ସ୍ଥିତ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ କେ. ସୁଦର୍ଶନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ କାର୍ଯ୍ୟରତ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକରୁ ପଦନ୍ନତି ପାଇ ଯୁଗ୍ମ ଉଦ୍ୟାନ ନିର୍ଦ୍ଦେଶକ ଭାବେ ଭୁବନେଶ୍ବରକୁ ବଦଳି ହୋଇ ଥିବାର ଜଣାପଡିଛି । ଆଜି କାର୍ଯ୍ୟାଳୟର କାର୍ଯ୍ୟରତ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା, ସିଡ଼ିପିଓ ଗିରିଶ ଚନ୍ଦ୍ର ମହାନ୍ତି, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର, ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ, ସହକାରୀ ଉଦ୍ୟାନ ଅଧିକାରୀ ଅନିଲ କୁମାର ସେଠୀ ପ୍ରମୁଖ ମଞ୍ଚାସିନ ହୋଇ ଉଦ୍ୟାନ ଉପ ନିର୍ଦ୍ଦେଶକ ଥିବା ସମୟରେ କେ. ସୁଦର୍ଶନ ଜିଲ୍ଲାର ବିକାଶ ସକାଶେ ସରକାରଙ୍କ ଉଦ୍ୟାନ ବିଭାଗ ତରଫରୁ ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କରିପାରିଥିଲେ ବୋଲି ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ । କୃଷି ବିଭାଗ ସହିତ ବିଭିନ୍ନ ବିଭାଗ ମତ୍ସ୍ୟ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ପଶୁ ସମ୍ପଦ ବିଭାଗ ସହ ସମନ୍ବୟ ରକ୍ଷା କରି ଜିଲ୍ଲାରେ କୃଷି ଓ କୃଷକର ଉନ୍ନତି ସକାଶେ ଯଥେଷ୍ଟ ଉଦ୍ୟମ କରିଥିଲେ ବୋଲି ଉପସ୍ଥିତ ଅଧିକାରୀ ମାନେ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗର ସମସ୍ତ ବ୍ଳକର ସହକାରୀ ଉଦ୍ୟାନ କର୍ମଚାରୀ, ଅଫିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ତାଙ୍କ କାର୍ଯ୍ୟକାଳରେ କିପରି ଉତ୍ତମ ବ୍ୟବହାର ସୁସମ୍ପର୍କ ରଖି କାର୍ଯ୍ୟ ଚଳାଇ ଥିଲେ। ତାଉପରେ କର୍ମଚାରୀ ମାନେ ମଧ୍ୟ ନିଜ ନିଜର ମତ ରଖିଥିଲେ ।


