ମୋହନା କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଛି । ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୁନ୍ତଳା ମଲ୍ଲିକ, ବ୍ଲକ ଉପଧ୍ୟକ୍ଷା ବାଲ୍ମୀକି ଅଧିକାରୀ, ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ପିନୀ ହସଁଦା ଏବଂ ମୋହନା ଓ ଚନ୍ଦ୍ରଗିର ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ । ମୋହନା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ମୋହନା ବ୍ଲକ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ଥର ପାଇଁ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଗ୍ରୀଷ୍ମ ପ୍ରବାହ ଜାରି ଯୋଗୁଁ ପାନୀୟ ଜଳ ସମସ୍ୟା କିପରି ସୁଧୁରିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହେବା ସହ ସୋଲାର ସିଷ୍ଟମ ପାନୀୟ ଜଳର ପ୍ରକଳ୍ପ ପାହାଡ଼ ଅଞ୍ଚଳରେ କୌଣସି କାର୍ଯ୍ୟରେ ଆସୁନଥିବାରୁ ସେଥି ପ୍ରତି ସତର୍କ ଦୃଷ୍ଟି ଦେବାକୁ ଉପସ୍ଥିତ ନିର୍ବାଚିତ ପ୍ରତିନିଧି ବିଭାଗୀ ଅଧିକାରୀ ଙ୍କ ଦୃଷ୍ଟିକୁ ଆଣି ସମାଧାନ କରିବାକୁ ଅନୁରୋଧ କରିଥିଲେ । ଏହା ସହ ମେଗା ଜଳ ପ୍ରୋଜେକ୍ଟ କେବେ ଆରମ୍ଭ ହେବ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ଅଧିକାରୀ ବର୍ତମାନ ସଭେ କାର୍ଯ୍ୟ ଚାଲୁରହିଥିବା ପ୍ରକାଶ କରିଥିଲେ । ଏହା ସହ ପ୍ରତିନିଧି ମାନେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ସହ ଶିଶୁ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଦାୟିତ୍ୱରେ ଥିବା ଗ୍ରାମ ପଞ୍ଚାୟତ ନିବାହୀ ଅଧିକାରୀ ଖଗେଶ୍ବର ଭୂୟାଁ ଉପସ୍ଥିତ ଥିବା ଅଧିକାରୀ ଙ୍କୁ ସ୍ୱାଗତ କରିବାଥିବା ବେଳେ ବ୍ଲକ ଅଧକ୍ଷ ରଞ୍ଜିବ ଶବର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ପିନୀ ହାସଁଦା ବ୍ଲକରେ ହେଉଥିବା ଉନ୍ନୟନ କାର୍ଯ୍ୟ ମୂଳକ ସମ୍ପର୍କରେ ବୁଝାଇଥିଲେ । ବୈଠକରେ ବ୍ଲକର ସମସ୍ତ ୩୯ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ ।


