ପାରଳା ଶ୍ରୀ ଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ସମୂହ ଶୀଳା ସ୍ଥାପନରେ ସାଂସଦ ଯୋଗଦେଲେ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପାରଳାଖେମୁମୁଣ୍ଡି ଠାରେ ଶ୍ରୀ ଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏଥିରେ ଗତକାଲି ଠାରୁ ସମୂହ ଶୀଳା ସ୍ଥାପନ ଆରମ୍ଭ ହୋଇଛି । ଶୀଳା ସ୍ଥାପନରେ ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ଆଜି ଶୀଳା ନ୍ୟାସର ଦ୍ୱିତୀୟ ଦିନରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇଛନ୍ତି । ଶୀଳା ସ୍ଥାପନ ପରେ ସାଂସଦ ଶ୍ରୀ ସାହୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ପୂଜାପାଠ କରିଥିଲେ । ଗତକାଲି ଆରମ୍ଭ ହୋଇଥିବା ସମୂହ ଶୀଳା ସ୍ଥାପନ ଉତ୍ସବରେ ପାରଳାଖେମୁଣ୍ଡି ଯୁବରାଣୀ କଲ୍ୟାଣୀ ଗଜପତିଙ୍କ ନେତୃତ୍ୱରେ ପୂଜାପାଠ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗାମାଧବ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଭକ୍ତମାନଙ୍କ ମିଳିତ ଉଦ୍ୟମରେ ଶୀଳାସ୍ଥାପନ ଉତ୍ସବ ଆରମ୍ଭ ହୋଇଥିଲା । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ପ୍ରଶାସନିକ ଅଧିକାରୀ ଗତକାଲି ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ନିର୍ମାଣ ସ୍ଥାନରେ ପହଞ୍ଚି ଶୀଳା ସ୍ଥାପନ ଉତ୍ସବରେ ଯୋଗଦେବା ସହ ୩ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ