ମତଭେଦ ଦୂର କରି : ଉତ୍କଳ ସାମ୍ବାଦିକ ସଂଘ ଏକ ହେଲା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ସାମୂହିକ ସ୍ୱାର୍ଥ ତଥା ବିଭିନ୍ନ ସମସ୍ୟା ସମ୍ପର୍କିତ ଦାବି ହାସଲ ଦିଗରେ ଉତ୍କଳ ସାମ୍ବାଦିକ ସଂଘ ଐକ୍ୟବଦ୍ଧ ସଂଗ୍ରାମ ଜାରି ରଖିବ । ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଂଘ କାର୍ଯ୍ୟାଳୟଠାରେ ଆୟୋଜିତ ବୈଠକରେ ବରିଷ୍ଠ ନେତାମାନେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ ପୂର୍ବକ ଉପରୋକ୍ତ ନିଷ୍ପତ୍ତି ନେଇଥିଲେ । ଏଥିସହିତ ଚାଲିଥିବା ସମାନ୍ତରାଳ ସଂଗଠନ ବିଧିବଦ୍ଧ ଭାବେ ମୂଳ ସଂଗଠନ ସହ ବିଲୟ ହୋଇଛି । ଅନ୍ୟପକ୍ଷରେ ସମାନ୍ତରାଳ ସଂଗଠନର ମନୋନୀତ କର୍ମକର୍ତ୍ତା ମଣ୍ଡଳୀ ଆଜି ବୈଠକରେ ସାମୂହିକ ଭାବେ ଇସ୍ତଫା ଦେଇଥିଲେ । ସେହିପରି ଜିଲ୍ଲାସ୍ତରରେ ସାଂଗଠନିକ ଏକତା ତଥା ଦୃଢତା ପାଇଁ ସଭାପତି ଶ୍ରୀ କରଙ୍କ ନେତୃତ୍ୱରେ ଏକ ଏଗାର ଜଣିଆ କୋର୍ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ବଙ୍କୀମ ଚନ୍ଦ୍ର ନାୟକ, ପପୁ ମହାନ୍ତି ଓ ବୈଷ୍ଣବ ଚରଣ ଜେନାଙ୍କ ଉଦ୍ୟମକ୍ରମେ ଆହୂତ ଉକ୍ତ ବୈଠକରେ ସର୍ବଶ୍ରୀ ବେଣୁଧର ପଣ୍ଡାଙ୍କ ସମେତ ହାରାଧନ ବାନାର୍ଜୀ, ପୂର୍ଣ୍ଣଚନ୍ଦ୍ର ନାୟକ, ରବିନାରାୟଣ ଖିଲାର, ପ୍ରଭାତ କୁମାର ମିଶ୍ର, ସତ୍ୟନାରାୟଣ ମିଶ୍ର, ପ୍ରତାପ ଚନ୍ଦ୍ର ପ୍ରଧାନ, ମନୋଜ ପ୍ରଧାନ, ଭରତ ବେହେରା, ଜିତେନ୍ଦ୍ର ସାହୁ, ପ୍ରଭାକର ଶିରୋମଣି, ରାଜେନ ଚୌଧୁରୀ, ସୌରଭ ପଟ୍ଟନାୟକ, ସତ୍ୟବ୍ରତ ଦାସ, ଶ୍ରୀକାନ୍ତ ଖଟେଇ, ରାଧାକାନ୍ତ ମିଶ୍ର, ରାଜକିଶୋର ସ୍ୱାଇଁ, ଲଲାଟେନ୍ଦୁ ସେନାପତି, ମଦନ ପାଣି, ରଶ୍ମୀରଞ୍ଜନ ମିଶ୍ର, ଫିଲମୋହନ ନାୟକ, ଆଦର୍ଶ ପଟ୍ଟନାୟକ, ସମ୍ପତ ଅଗ୍ରୱାଲ, ଜଗଦୀଶ ପୁରୋହିତ, ଜୟସେନ ପରିଡ଼ା, ରାଜୀବ ଲୋଚନ ଦାସ, ବାସୁଦେବ ବରାଡ଼, ଲାଲବିହାରୀ ମିଶ୍ର, ସନ୍ତୋଷ କୁମାର ଦାସ, ସନ୍ତୋଷ କୁମାର ପାଣିଗ୍ରାହୀ, ନିରାକାର ଦଳେଇ, ଶ୍ରୀନିବାସ ପାତ୍ର, ଅଶୋକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ବିନାୟକ ମିଶ୍ର ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ