ଚୌଦ୍ୱାର ସାମ୍ବାଦିକ ବନାମ ପୋଲିସ କ୍ରିକେଟ୍ ମ୍ୟାଚ୍ : ଚୌଦ୍ୱାର ପୋଲିସ ବିଜୟୀ

ଚୌଦ୍ୱାର, (ଦୀପକ କୁମାର ବେଉରା) :-ଚୌଦ୍ୱାର ପ୍ରୀମୀୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଚୌଦ୍ଵାର ପୁଲିସ୍ ଏକାଦଶ ଏବଂ ଚୌଦ୍ଵାର ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ କ୍ରିକେଟ ମ୍ୟାଚ ଚୌଦ୍ୱାର ରୁପଯାତ୍ରା ପଡିଆ ରେ ଅନୁଷ୍ଠିତ ହୋଇଯାଇଛି।ଏହି ପରି ଏକ ମ୍ୟାଚ୍ ଚୌଦ୍ଵାର ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବାରୁ ଖେଳ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଦର୍ଶକଙ୍କ ଭିଡ ଓ କରତାଳି ରେ କମ୍ପି ଉଠୁଥିଲା ଖେଳ ପଡିଆ। ମ୍ୟାଚ୍ ଟି ୯ ଓଭର୍ ବିଶିଷ୍ଟ ହୋଇଥିଲା। ଏହି ଖେଳ ରେ ପୁଲିସ୍ ଟିମ୍ ଟଚ୍ ଜିତି ପ୍ରଥମ ବ୍ୟାଟିଂ କରି ୮ଟି ୱିକେଟ ହରେଇ ୯୩ରନ୍ ସଂଗ୍ରହ କରିଥିଲେ, ପରେ ଚୌଦ୍ଵାର ସାମ୍ବାଦିକ ଟିମ୍ ସମସ୍ତ ୯ ଓଭର ଖେଳି ୬୩ ରନ୍ କରି ମ୍ୟାଚ୍ ହାରିଯାଇଥିଲେ । ଏହି ଖେଳ ରେ ଚୌଦ୍ୱାର ପ୍ରେସ ଟିମ ପକ୍ଷରୁ ସତ୍ୟବ୍ରତ ଦାସ , ନରେଶ ସାହୁ , ସ୍ୱାଧୀନ ଦାସ, ଅଜିତ ସ୍ୱାଇଁ, ମାନସ ପରିଡା, ରତନ ବାରିକ, ରୁଦ୍ରାଶିଷ ନାଥ, ଅଶୋକ ଦାସ, ମିର୍ଜା ନସିମ ବେଗ,ବଳରାମ ଲେଙ୍କା,ରାଜେଶ ନାୟକ,ସୁଧାଂଶୁ ଶେଖର ପରିଜା,ମଳୟ ମହାପାତ୍ର ଏବଂ ଚୌଦ୍ୱାର ପୁଲିସ ଟିମ ପକ୍ଷରୁ ଆଇଆଇସି-ବିରଞ୍ଚି ନାରାୟଣ ପତି , ମାନସ ମହାରଣା , ବିକ୍ରମ ବେହେରା, ଶ୍ରୀମନ୍ତ ମିରଦା, ପ୍ରଦୀପ କୁମାର ଜେନା, ପବିତ୍ର ବେହେରା, ରିତିକ ସାହୁ, ବୃନ୍ଦାବନ ପାଲକା, ଅଜିତ କିଲାକା, ମିନା ସବର, ଅଜିତ ଜିଲାକା ,ପାପା ରାଓ ମିନିଆକା, ଚନ୍ଦ୍ର ପାଡ଼ିଆମୀ ସାମିଲ ହୋଇଥିଲେ । ଶେଷରେ ବିଜୟୀ ଟିମ୍ ଚୌଦ୍ୱାର ପୋଲିସ ଏକାଦଶ ର ଅଧିନାୟକ ଶ୍ରୀଯୁକ୍ତ ପତିଙ୍କୁ ଇମ୍ଫା ର ବରିଷ୍ଠ ମାନବ ସମ୍ବଳ ଅଧିକାରୀ ଧୂର୍ବଚରଣ ରାଉତ ଟ୍ରଫି ପ୍ରଦାନ କରିଥିଲେ । ଏହା ସହିତ ଏହି ମ୍ୟାଚ୍ ରେ ମ୍ୟାନ ଅଫ୍ ଦି ମ୍ୟାଚ୍ ଟାଇଟଲ ର ଅଧିକାରୀ ହୋଇଥିଲେ ଚୌଦ୍ୱାର ପୋଲିସ ଏକାଦଶ ର ପ୍ରଦୀପ କୁମାର ଜେନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ