ନାବଡା ଘାଟିରେ ମିନିଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲପର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ନାବଡା ଘାଟିରେ ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୫ଫୁଟ ଖାତକୁ ଖସିପଡିଥିଲେ ମଧ୍ୟ ଏଥିରେ କୌଣସି ହତାହତ ହୋଇନଥିବାର ଜଣାପଡିଛି । କାଶୀନଗର ଥାନା ସୂତ୍ରରୁ ପ୍ରକାଶ ଯେ, ଏକ ମାଲବଝୋଇ ମିନିଟ୍ରକ ନାବଡା ଘାଟି ରାସ୍ତାରେ କୌଣସି କାରଣରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଘଟିଥିବା ମିନି ଟ୍ରକଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିବା ବେଳେ ଏଥିରେ ଗାଡି ଚାଳକ କି ହେଲପରଙ୍କୁ କୌଣସି କ୍ଷତି ପହଞ୍ଚି ନଥିଲା ।


