ମୋଦି ସରକାରଙ୍କ ୮ବର୍ଷ ପୂର୍ତ୍ତୀ ଉପଲକ୍ଷେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୃକ୍ଷରୋପଣ ଓ ହିତାଧିକାରୀ କୃଷକ ସମାବେଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ମୋଦିଜୀଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରର ସଫଳତମ ୮ବର୍ଷ ପୂର୍ତ୍ତୀ ଉପଲକ୍ଷେ “ବିଶ୍ୱ ପରିବେଶ ଦିବସ” ଅବସରରେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ସ୍ଥାନୀୟ ଗରାପୁର ହନୁମାନ ମନ୍ଦିର ପରିସରରେ “ବୃକ୍ଷ ରୋପଣ” ଓ “ହିତାଧିକାରୀ ସମାବେଶ” ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ସଂଯୋଜନାରେ ଆୟୋଜିତ ସଭାରେ କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସତ୍ୟବାଦୀ ଚଇନି, ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବିଧାନ ସଭା ନେତା ସୁନାକର ବେହେରା, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ବିକ୍ରମ ରାଉତରାୟ, କୃଷକ ମୋର୍ଚ୍ଚା ଉପସଭାପତି ରତ୍ନାକର ଦାସ, ଶ୍ରୀକାନ୍ତ ସେନାପତି, ସାଧାରଣ ସମ୍ପାଦକ ବିଚିତ୍ର ପ୍ରଧାନ, ମଣ୍ଡଳ ସଭାପତି ଉମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ କୃଷି ଓ କୃଷକ ସମାଜ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶସ୍ୟର ସର୍ବନିମ୍ନ ସହାୟତା ମୂଲ୍ୟ ବୃଦ୍ଧି, କିଷାନ ସମ୍ମାନ ନିଧି, କୃଷକ ଓ ଶ୍ରମିକମାନଙ୍କୁ ପେନସନ୍‌, କୃଷି ବୀମା, କୃଷି ସିଞ୍ଚାଇ ଯୋଜନା, ଜନଧନ ଆକାଉଣ୍ଟ, ବିହନ ଓ ସାରର ସହଜ ଉପଲବ୍ଧତା, କୃଷି ଋଣ ଆଦି କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦୃଷ୍ଟିକୁ କୃଷକର ପରିଶ୍ରମ ପାଇଁ ଦେଶ ଆଜି ଖାଦ୍ୟ ଶସ୍ୟରେ ବଳକା ଦେଶ ଓ କୃଷକର ଆୟ ଦ୍ୱିଗୁଣିତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୂର୍ଯ୍ୟମଣୀ ବେହେରା, ଧୋଇ ମଲ୍ଲିକ, ଅଲେଖ ସାହୁ, ହୃଷୀକେଶ ନାୟକ, ତ୍ରୈଲୋକ୍ୟ ନାଥ ଆଚାର୍ଯ୍ୟ, ଶ୍ରୀଧର ସୂତାର, ରମେଶ ମଲ୍ଲିକ, ଗୋକୁଳ ଚନ୍ଦ୍ର ପ୍ରଧାନ, ଶତୃଘ୍ନ ଓଝା, ନାରାୟଣ ଦାଶ, ଅର୍ଜୁନ ମଲ୍ଲିକ, ବିଜୟ କୁମାର ସାହୁ, କାର୍ତ୍ତିକ ଚନ୍ଦ୍ର ସାହୁ, କାଳନ୍ଦି ମଲ୍ଲିକ, ଉତ୍ସବ ମଲ୍ଲିକ ପ୍ରମୁଖ ୨୦ଜଣ ସଫଳ ଚାଷୀଙ୍କୁ ଉତ୍ତରୀୟ ଓ ସାର୍ଟିଫିକେଟ ଦେଇ ସମ୍ମନୀତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂମ୍ପାଦକ ବିକ୍ରମାଦିତ୍ୟ ସାହୁ, ଅମିତାଭ ସୁଆର, ମିଡିଆ ସେଲ ପ୍ରମୁଖ ନେହେରୁ ସାହୁ, ମହିଳା ମୋର୍ଚ୍ଚା ଲିଜାରାଣୀ ଦାଶ, ବନ୍ଦନା ରାଣୀ ରାଉତରାୟ, ଝିଲ୍ଲୀ ଦାସ, ସୁଚିସ୍ମିତା ବସନ୍ତିଆ, ଯୁବନେତା ଜ୍ଞାନ ରଞ୍ଜନ ପ୍ରଧାନ, ଶଶାଙ୍କ ଓଝା, ଅର୍ଜୁନ ମଲ୍ଲିକ, ବଳରାମ ବେହେରା, ହରେକୃଷ୍ଣ ରାୟ, ରବିନାରାୟଣ ସାହୁ, ଦାମୋଦର ସାହୁ, ରମେଶ ସାହୁ, ଗୋପିନାଥ ସାହୁ, ସଞ୍ଜୟ ପାତ୍ର, ନିକି ପାତ୍ର, ପିଣ୍ଟୁ ପାତ୍ର ପ୍ରମୁଖ ବୃକ୍ଷ ରୋପଣ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ