‘ଆରୋଗ୍ୟ ରତ୍ନ’ ସମ୍ମାନରେ ସମ୍ମାନିତ ହେଲେ ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ହୋଲିଷ୍ଟିକ ମେଡିସିନ ରିସେର୍ଚ୍ଚ ଫାଉଣ୍ଡେସନ (ଏଚଏମ୍ଆରଏଫ୍) ଦ୍ୱାରା ଆୟୋଜିତ ୨ୟ ପାରମ୍ପରିକ ଔଷଧ ବିଶ୍ଵ ସମ୍ମିଳନୀ ର ଏକ ବର୍ଣ୍ଣାଢ଼୍ୟ ସମାବର୍ତ୍ତନ କାର୍ଯକ୍ରମ ରେ ‘ସିଫା’ ଆନ୍ତର୍ଜାତୀୟ ପୁରସ୍କାର ଓ ସମାବର୍ତ୍ତନ ଉତ୍ସରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ପଦକ “ଆରୋଗ୍ୟ ରତ୍ନ ୨୦୨୨” ରେ ଭୂଷିତ କରାଯାଇଛି । ସେ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ । କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ଡ. ବି. ଆର୍. ଆମ୍ବେଦକର ଭବନ ଅଡିଟୋରିୟମରେ ଏଚଏମ୍ଆରଏଫ୍, ତେଲେଙ୍ଗାନା ଦ୍ଵାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯକ୍ରମ ରେ ଡ. ଚରତି ଙ୍କୁ ଏହି ସର୍ବୋତ୍ତମ ମାନପତ୍ର ପ୍ରଦାନ କରା ଯାଇଥିଲା । ପାରମ୍ପରିକ ଆୟୁର୍ବେଦ ଔଷଧ ରେ ସିଦ୍ଧହସ୍ତ ତଥା ଏକ ସଫଳ ଯୁବ ଡ଼ାକ୍ତର ଭାବେ ତାଙ୍କୁ ଏଇ ସର୍ବ ବୃହତ୍ ଆରୋଗ୍ୟ ରତ୍ନ ୨୦୨୨ ରେ ଉକ୍ତ ଆନ୍ତର୍ଜାତୀୟ ମହାମଞ୍ଚରେ ଭୂଷିତ କରାଯାଇଥିଲା । ସୂଚନାଯୋଗ୍ୟ କି ସର୍ବପ୍ରଥମେ ଡ଼ାକ୍ତର ନରସିଂହ ପ୍ରସାଦ ଚରତି ଙ୍କ ତବଲା ବାଦନ ରୁ ଏଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା । ଏଚଏମ୍ଆରଏଫ୍ ର ସମସ୍ତ ସଦସ୍ୟମାନଙ୍କ ସହ ୫୩ ଗୋଟି ଦେଶ ର ଡ଼ାକ୍ତର ମାନେ ବିଶ୍ଵବ୍ୟାପୀ ପାରମ୍ପରିକ ଔଷଧ ର ପ୍ରଚାର ପ୍ରସାର କରି ବିଶ୍ଵରେ ଏକ ଐତିହାସିକ ରେକର୍ଡ଼ ସୃଷ୍ଟି କରିଥିଲେ । ଏଇ ବଛା ବଛା ପାରମ୍ପରିକ ଔଷଧ ପ୍ରୟୋଗକରି ଡାକ୍ତରୀ ଦଳ ଙ୍କ ଏଇ ସଫଳ ଯାତ୍ରା ନିମନ୍ତେ ଡ. ଦୀପକ ରାଉତ ଙ୍କ ତତ୍ତ୍ଵାବଧାନ ରେ ୨ଦିନ ଧରି ଏଇ ୨ୟ ପାରମ୍ପରିକ ଔଷଧ ବିଶ୍ଵ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ କି ସର୍ବପ୍ରଥମେ ଡ଼ାକ୍ତର ନରସିଂହ ପ୍ରସାଦ ଚରତି ଙ୍କ ତବଲା ବାଦନ ରୁ ଏଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା ।ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ଭାବେ ଆନ୍ତର୍ଜାତୀୟ ପ୍ରମୁଖ ଅତିଥି ଭାବେ ଆଲ୍ ଫାରବି କାଝକ୍ ଜାତୀୟ ବିଶ୍ଵବିଦ୍ୟାଳୟର କୁଳପତି ଡ. ତାତ୍ୟାନା ମୌଲ୍ , ମୁଖ୍ୟ ଅତିଥି ଭାବେ କର୍ଣାଟକ ର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. କେ.ସୁଧାକର ଏବଂ ଆନ୍ତର୍ଜାତୀୟ ବକ୍ତା ଭାବେ ସୁଇଜରଲ୍ୟାଣ୍ଡ ର ପ୍ରଫେସର ଡ. ଜ୍ୟାକ୍ଲିନ୍ ଜେକସ୍, ପ୍ରଫେସର ଡ. ଅଲି ଇରାନୀ ଏବଂ ସମ୍ମାନିତ ଅତିଥି ଭାବେ ଭାରତୀୟ ଆକୁଆ ପଞ୍ଚର ସିଷ୍ଟମର ଜନକ ପ୍ରଫେସର୍ ଡ. ଇନ୍ଦ୍ରଜିତ ସିଂହ ଏବଂ ଇସ୍ରୋର ତତ୍କାଳୀନ ବିଶିଷ୍ଟ ବୈଜ୍ଞାନିକ ଡ. ଭୋଜରାଜ ଗାଉଡେର୍ ପ୍ରମୁଖ ଉପସ୍ଥିତ ରହିଥିଲେ । ପରିଶେଷରେ ସନ୍ଧ୍ୟା ସମୟ ରେ ସଙ୍ଗୀତ କାର୍ଯ୍ୟକ୍ରମ ରେ ମଧ୍ୟ ନରସିଂହ ପ୍ରସାଦ ଚରତି ବିଶେଷ ତବଲା ବାଦନ କରି ଦର୍ଶକଙ୍କ ମନ ହରଣ କରିନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ଚରତି ଙ୍କୁ ସମ୍ମାନିତ କରାଯାଇଥିଲା । ସେ ପରିଶେଷରେ ପଲ୍ଲୀ ଗ୍ରାମରେ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସାଧନ ପାଇଁ ଶପଥ ଗ୍ରହଣ କରିଛନ୍ତି ଏବଂ ବିଶ୍ଵରେ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବା ରେ ମଧ୍ୟ ବ୍ରତୀ ରହିବେ ବୋଲି କହିଛନ୍ତି । ସେ ନିଜ ବାପା ,ନାନୀ ଏବଂ ବଡ଼ ଭାଇ ଙ୍କ ପ୍ରେରଣା ରୁ ଏଇ କାର୍ଯ୍ୟ କରିଆସୁଛନ୍ତି ଏବଂ ସେମାନଙ୍କୁ ଅଶେଷ କୃତଞତା ମଧ୍ୟ ଦେଇଛନ୍ତି । ତଥା ଉକ୍ତ ଗୌରବମୟ ସମ୍ମାନ କୁ ଭାରତୀୟ ଜନସାଧାରଣ ନିମନ୍ତେ ଉତ୍ସର୍ଗ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ଡ. ଚରତିଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ମହଲ ରୁ ପ୍ରଶଂସାର ସୁଅ ଛୁଟି ଆସୁଛି ।


