ଶିକ୍ଷାବିତ ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ରେ ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆସନ୍ତା ଜୁଲାଇ ମାସ 26 ତାରିଖ ରେ ଶିକ୍ଷାବିତ ତଥା ପ୍ରେସ କ୍ଲବ ର ଉପଦେଷ୍ଟା ସ୍ବର୍ଗତ ଅମୁଲ୍ୟ ଦାଶ ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସର ରେ ଆମ ଓଡିଶା, ରୋଟାରୀ କ୍ଲବ ଭଞ୍ଜନଗର, ପ୍ରେସ କ୍ଲବ ବେଲଗୁଣ୍ଠା ଓ ପୁରାତନ ଛାତ୍ରସଂସଦ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ମିଳିତ ସହଯୋଗ ରେ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ଠାରେ ହେବାକୁଥିବା ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକ କୁ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ସଂଯୋଜନା କରିବା ସହ ଉଦେଶ୍ୟ ଜ୍ଞାପନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟ୍ୟରେ ବିଶ୍ଵଭାରତୀ ଅଧକ୍ଷ କୁଞ୍ଜ ବିହାରୀ ନାୟକ ରୋଟାରୀ ସଭାପତି ମଧୁସୂଦନ ମହାପାତ୍ର, ପ୍ରାକ୍ତନ ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ, ରଂଜିତ ବାରିକ, ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ବି. ଗୋବିନ୍ଦ ରାଓ, ଅଧ୍ୟାପକ ସନ୍ତୋଷ କୁମାର ବିଶ୍ବାଳ ଓ ରାମ ମାହାନ୍ତି, ନିକୁଞ୍ଜ ବିହାରୀ ଖଣ୍ଡୁଆଳ,ସମ୍ବାଦ ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ ପ୍ରେସ କ୍ଲବ ଉପଦେଷ୍ଟା ସନ୍ତୋଷ ବିଷୋୟୀ, ଜଗନ୍ନାଥ ନାୟକ, ପଞ୍ଚାନନ ସାହୁ, ସନ୍ତୋଷ ଡାକୁଆ, ସୁଧାଂଶୁ ବିଷୋୟୀ, ରାଜେଶ ପାତ୍ର, ଗୋବରା ସମିତି ସଭ୍ୟ ବିଭୁ ପାଦ ଜେନା, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ଶିକ୍ଷକ କବିରାଜ ପରିଡ଼ା, ଅଧ୍ୟାପକ ସନ୍ତୋଷ ବିଶ୍ୱାଳ, ଯୁବ ବିଜେଡି ସଭାପତି ଶିବରାମ ରାଉତ, ସୁମନ୍ତ ବିଶୋଇ , ସୁଦର୍ଶନ ଗୌଡ଼, ପୂର୍ବତନ ସରପଞ୍ଚ ପ୍ରତିନିଧି ରବୀନ୍ଦ୍ର ସାହୁ, ଚିନମୟ ପୋଲାଇ, ପୁରାତନ ଛାତ୍ର ସସଂଦ ସଭାପତି ଗୋରାଚାନ୍ଦ ସ୍ୱାଇଁ, ସମାଜସେବୀ ସୁରେନ୍ଦ୍ର ଦାଶ ଯୋଗଦେଇ ଆଲୋଚନା ଭାଗନେଇଥିଲେ l ଶେଷରେ ସେସ୍ପଣ୍ଡ ଟ୍ରଷ୍ଟ ଅଧକ୍ଷ ସ୍ବସ୍ତି ସୁନ୍ଦର ସିଅ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ