କେନ୍ଦୁଆପଦା ସମବାୟ ସମିତି ସଭାପତିଙ୍କ ଦାୟୀତ୍ୱ ଗ୍ରହଣ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ କେନ୍ଦୁଆପଦା ସମବାୟ ସମିତିର ସଭାପତି ଜୟନ୍ତ କୁମାର ସାମଲ ଆଜି ଦାୟୀତ୍ୱ ଗ୍ରହଣ କରିଛନ୍ତି । ସମିତି କାର୍ଯ୍ୟାଳୟରେ ସମସ୍ତ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ସେ ସଂପାଦକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଥିଲେ । ଦାୟୀତ୍ୱ ଗ୍ରହଣ ସମୟରେ ପୂର୍ବତନ ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ, କେନ୍ଦୁଆପଦା ପଞ୍ଚାୟତ ବିଜେଡି ସଭାପତି ବିଜୟ ଖଟୁଆ, ବସନ୍ତିଆ ପଞ୍ଚାୟତ ବିଜେଡି ସଭାପତି ତଥା ବସନ୍ତିଆ ସେବା ସମବାୟ ସମିତିର ସଭାପତି ବସନ୍ତ କୁମାର ବେହେରା, ଶିକ୍ଷାବିତ୍ ଗୟାଧର ସାମଲ ଉପସ୍ଥିତ ଥିଲେ । ସମିତିର ସଂପାଦକ ଓ ଅନ୍ୟ କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ଦେଇ ନବନିର୍ବାଚିତ ସମସ୍ତ ସଭ୍ୟସଭ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ