ରାଜ୍ୟ ଓପେପା ଇଞ୍ଜିନିୟର୍ସ ଏସୋସିଏସନ୍ ଗଞ୍ଜାମ ଶାଖା କର୍ମକର୍ତ୍ତା ଚୟନ ଇଂ ସନତ ବେହେରା ସଭାପତି ମନୋନୀତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ଓପେପା ଇଞ୍ଜିନିୟର୍ସ ଏସୋସିଏସନ ଗଞ୍ଜାମ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଆଜି ଛତ୍ରପୁର ସ୍ଥିତ ଡିପିସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ରାଜ୍ୟ ସଂଘ ନେତୃତ୍ବଙ୍କ ନିର୍ଦ୍ଧେଶ ମତେ ଆଜିର ବୈଠକରେ ଜିଲ୍ଲା ସଂଘର କର୍ମକର୍ତ୍ତା ଚୟନ କରାଯାଇଅଛି । ଆୟୋଜିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ସଂଘର ଜିଲ୍ଲା ସଭାପତି ଭାବେ ଇଂ ସନତ ବେହେରା ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ମଧୁସୂଦନ ପରିଡ଼ା ମନୋନୀତ ହୋଇଛନ୍ତି । ସଂଘର ସମ୍ପାଦକ ଭାବେ ସରୋଜ ମୋହନ ପାଳ ଏବଂ କୋଷାଧ୍ୟକ୍ଷ ଭାବରେ ଲକ୍ଷ୍ମୀ ଚରଣ ଶତପଥୀ ମନୋନୀତହୋଇଛନ୍ତି । ଏହା ସହିତ ରାଜ୍ୟ ସଂଘ ପାଇଁ ଜିଲ୍ଲା ପ୍ରତିନିଧି ଭାବରେ ଇଂ ସନତ ବେହେରା ଏବଂ ଅଜୟ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଥିବା ବେଳେ ମଧୁସୂଦନ ପରିଡ଼ା ଏବଂ ପ୍ରଶାନ୍ତ କୁମାର ବେହେରାଙ୍କୁ ସଂଘର ଦୁଇ ଜଣିଆ ସିଗ୍ନେଟରୀ ଅଥରିଟି ଭାବେ ଦାୟିତ୍ଵ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ