ହେଲଦି ଲାଇଫ ଏନଏସଏସ କ୍ୟାମ୍ପ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ଯୋଗ ମହାବିଦ୍ୟାଳୟ ‘ଇନିଷ୍ଟିଚ୍ୟୁଟ ଅଫ ନେଚର କିଓର ଏଣ୍ଡ ଯୋଗିକ ସାଇନ୍ସ’(ହେଲଦି ଲାଇଫ) ପକ୍ଷରୁ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ୭ ଦିନିଆ ଜାତୀୟ ସେବା ଯୋଜନା ଶିବିର ‘ଏନଏସଏସ କ୍ୟାମ୍ପ’ ଶୁକ୍ରବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ସଭାପତିତ୍ୱ କରିଥିଲେ । ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦ୍ଦେବ ଓ ଧ୍ୱନିପ୍ରତିଧ୍ୱନି ଖବରକାଗଜର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିର ଛାତ୍ରଛାତ୍ରୀଙ୍କ ସେବା ମନୋଭାବ ଅଭିବୃଦ୍ଧିରେ ସହାୟକ ହୋଇ ପାରିଛି ବୋଲି କହିଥିଲେ । ଶିବିରାର୍ଥୀଙ୍କୁ ଉତ୍ସାହିତ କରିବା ସହିତ ସେବାମୂଳକ କାର୍ଯ୍ୟଧାରା ସର୍ବଦା ବଜାୟ ରଖିବାକୁ ଅତିଥିମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ହେଲଦି ଲାଇଫର ନିର୍ଦ୍ଦେଶକ ତଥା ଏନଏସଏସ ପ୍ରୋଗ୍ରାମ ଅଫିସର ଡାକ୍ତର ଚିତ୍ତରଂଜନ ସାହୁ ଏଥିରେ ଯୋଗଦେଇ ଜାତୀୟ ସେବା ଯୋଜନା ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଶିବିର ମାଧ୍ୟମରେ ଛାତ୍ରଛାତ୍ରୀମାନେ ବାଲେଶ୍ୱର ସହରର ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳା ରକ୍ଷା, ରାସ୍ତାଘାଟ ସଫେଇ, ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଆଦି ପ୍ରଦାନ କରିଥିବା ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଶିବିରାର୍ଥୀଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ