କାକଟପୁରରେ ଖୁଣ୍ଟିଆ କନଭେନ୍ସନ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ଶୁକ୍ରବାର ଦିନ ପୁରୀ ଜିଲ୍ଲା କାକଟପୁର ର ଚନ୍ଦନ ବଜାର ଠାରେ ଏକ ଅତ୍ୟାଧୁନିକ ବିବାହ ମଣ୍ଡପ ଖୁଣ୍ଟିଆ କନଭେନ୍ସନ ଆଣ୍ଡ ଲଜ ଉଦଘାଟିତ ହୋଇଯାଇଛି l ଖୁଣ୍ଟିଆ କନଭେନ୍ସନକୁ ରାଜ୍ୟ କ୍ରୀଡା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅପରାହ୍ନ ୨ ଘଟିକା ସମୟରେ ଅତିଥି ମାନେ ଲଜର ପ୍ରତିଷ୍ଠାତା ଲକ୍ଷ୍ମୀଧର ଖୁଣ୍ଟିଆ, ସୌମ୍ୟକାନ୍ତ ଖୁଣ୍ଟିଆ ଓ ଶୁଭ୍ରକାନ୍ତ ଖୁଣ୍ଟିଆଙ୍କ ଦ୍ୱାରା ସମ୍ବର୍ଦ୍ଦିତ ହୋଇଥିଲେ l କାକଟପୁର ଅଞ୍ଚଳର ବିବାହ, ବ୍ରତ, ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ, ରାଜନୈତିକ ସଭା ସମିତିକୁ ଖୁଣ୍ଟିଆ କନଭେନ୍ସନ ପୂରଣ କରିପାରିବ ବୋଲି ଅତିଥି ମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ