ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ପ୍ରଚେଷ୍ଟାରେ ଭିନ୍ନକ୍ଷମ ଙ୍କୁ ମିଳିଲା ଆତ୍ମନିର୍ଭରତା

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ଠାରେ ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପ୍ରଚେଷ୍ଟାରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଏ ନାରାୟଣ ସ୍ୱାମୀଙ୍କ ଉପସ୍ଥିତି ରେ ବାଲେଶ୍ଵର ଜିଲ୍ଲାର ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ କୃତ୍ରିମ ଅଙ୍ଗ ତଥା ସହାୟତା ଉପକରଣ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ବାଲେଶ୍ଵର ଜିଲ୍ଲାର ସଦର ରେ ୯୪ ଜଣ ଓ ବସ୍ତାର ୧୨୫ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ “ହୁଇଲ ଚେୟାର ଏଵଂ ତିନି ଚକିଆ ସାଇକଲ” ଓ “ଶ୍ରବଣ ଯନ୍ତ୍ର” ପ୍ରଦାନ କରିଥିଲେ ।ଏହାଦ୍ବାରା ଭିନ୍ନକ୍ଷମ ବ୍ୟକ୍ତି ସ୍ୱାବଲମ୍ବୀ ହେବା ସହ ସେମାନଙ୍କ ମନରେ ଏକ ସକାରାତ୍ମକ ଊର୍ଜା ସୃଷ୍ଟି ହେବ । ଏଥିସହିତ ଆଗାମୀ ଦିନରେ ବାଲେଶ୍ଵର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଭିନ୍ନକ୍ଷମ ମାନଙ୍କୁ ଏଭଳି ସହାୟତା ଉପକରଣ ଏବଂ କୃତ୍ରିମ ଅଙ୍ଗ ବଣ୍ଟାଯିବ ବୋଲି ସାଂସଦ ଶ୍ରୀ ଷଡଙ୍ଗୀ କହିଥିଲେ ମାନନୀୟ ସଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅନୁରୋଧ କ୍ରମେ ମାନ୍ୟବର କେନ୍ଦ୍ରମନ୍ତ୍ରୀ 1)ଦିବ୍ୟାଙ୍ଗ ମାନଙ୍କ ପାଇଁ ବାଲେଶ୍ୱର ରେ ଭାରତ ସରକାର ଙ୍କର ସାମାଜିକ ନ୍ୟାୟ ଓ ଶଶସ୍ତିକରଣ ବିଭାଗ ଦ୍ୱାରା ଏକ Composite Rehabilitation Center ବହୁତ ଜଲଦି ଖୋଲାଯିବ ।ଯାହାଦ୍ୱାରା ଦିବ୍ୟାଙ୍ଗ ମାନଙ୍କୁ ନିଶୁଳ୍କ ରେ ଚିକିତ୍ସା, ସହାୟକ ଉପକରଣ ଓ କୃତିମ ଅଙ୍ଗ ପ୍ରତେଙ୍ଗ ତିଆରି କରାଯିବା ସହ ବିତରଣ କରାଯିବ 2) ଭାରତ ସରକାର ଙ୍କର ସାମାଜିକ ନ୍ୟାୟ ଓ ସଶସ୍ତିକରଣ ବିଭାଗ ଦ୍ୱାରା ରାଷ୍ଟ୍ରୀୟ ଵୟୋଶ୍ରୀ ଯୋଜନା ଅନ୍ତର୍ଗତ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ନିଶୁଳ୍କ ସହାୟକ ଉପକରଣ ପ୍ରଦାନ କରାଯିବ ବୋଲି ଘୋଷଣା କଲେ । ଶ୍ରୀ ଷଡଙ୍ଗୀ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନାରାୟଣ ସ୍ୱାମୀଙ୍କୁ ବାଲେଶ୍ଵର ର ଜନସାଧାରଣ ଙ୍କ ତରଫ ରୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ