ଗଜପତି ଜିଲ୍ଲାବାସୀଙ୍କୁ ଉପେକ୍ଷା କାହିଁକି କରାଯାଇଅଛି?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳା ସହରର ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ଶିଶୁ କଲ୍ୟାଣ ସମିତିରେ ସଭ୍ୟ ସଭ୍ୟା ପଦ ଅଦକ୍ଷ ପଦ ପାଇଁ ଆଶ୍ରୟୀ ଥିବା ପାର୍ଥୀମାନେ ଆଜି ଜିଲ୍ଲା ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇଥିଲେ l କାରଣ ଗତ ୮.୧୨.୨୦୨୨ ଦିନ ଓଡିଶା ସରକାରଙ୍କ ମହିଳା ଓ ଶିଶୁକଲ୍ୟାଣ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଲା l ଯେଉଁଥିରେ ଗଜପତି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ସେହି ଜିଲ୍ଲାବାସୀଙ୍କୁ ହିଁ ସମ୍ପୃକ୍ତ ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ କାର୍ଯ୍ୟ କରିବା ପାଇଁ ମନୋନୀତ କରାଯାଉଅଛି l ପ୍ରକାଶ ଥାଉ କି ଗତ ୨୫.୦୮.୨୦୨୨ ଦିନ ଗଜପତି ଜିଲ୍ଲାର ଆବେଦନାକାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଗଲା ପୂଣି ଗତ ୧.୧୦.୨୦୨୨ ଦିନ ଭୁବନେଶ୍ୱରସ୍ଥ ମିସନ ଶକ୍ତି ଭବନକୁ ଗଜପତି ଜିଲ୍ଲାର ଆବେଦନାକାରୀଙ୍କୁ ଡକାଯାଉଥିଲା l ଉକ୍ତ ଦୁଇ ଦିନ ଯେଉଁମାନେ ସମ୍ପ୍ରତି ଗଜପତି ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ ନୂତନ ଭାବେ ମନୋନୀତ ହୋଇଛନ୍ତି ସେମାନେ ଉପସ୍ଥିତ ନଥିଲେ l ତେଣୁ ପ୍ରଶ୍ନ ଉଠୁଛି ସାର୍ଟିଫିକେଟ ଯାଞ୍ଚ ହୋଇ ପୁଣି ସାକ୍ଷାତକାରାରେ ଯୋଗଦେଇଥିବା ଗଜପତି ଜିଲ୍ଲାର ପାର୍ଥୀମାନଙ୍କୁ ନିଯୁକ୍ତି ନଦେବା ଏକ ଆଶ୍ଚର୍ଯ୍ୟର ବିଷୟ lତେଣୁ କୌଣସି ନା କୌଣସି କ୍ଷେତ୍ରରେ ଗଜପତି ଜିଲ୍ଲା ଆବେଦନାକାରୀଙ୍କ ପାଇଁ ଷଡଯନ୍ତ କରାଯାଉଥିବା ଆଜିର ଜିଲ୍ଲା ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ଓ ବୁଦ୍ଧିଜୀବୀମାନେ ଦୁଖଃ ପ୍ରକାଶ କରିବା ସହିତ ତୀବ୍ର ନିନ୍ଦା କରି ଲିଖିତ ଭାବେ ଜଣାଇଛନ୍ତି l ଏମାନେ ହେଲେ ଶ୍ରୀମତୀ ଭାଗ୍ୟଲଷ୍ମୀ ନାୟକ , ବିନୋଦ ଚନ୍ଦ୍ର ଜେନା , ନାଗେଶ୍ୱର ଚୌଧୁରୀ , ଭାଗବତ ପାଢ଼ୀ , ଆଶାଳତା ପାଣିଗ୍ରାହୀ , ଗୌରୀ ଦେବୀ , ହରିଶ୍ଚନ୍ଦ୍ର ନାୟକ , ଲିଙ୍ଗରାଜ ପାଣିଗ୍ରାହୀ , ଜଗଦୀଶ ଚନ୍ଦ୍ର ମହାପାତ୍ର , ସୁରେଶ ଦାସ ପ୍ରମୁଖ l ଏହି ନୂତନ ନିଯୁକ୍ତିକୁ ସମ୍ପୂର୍ଣ ରୂପେ ବାତିଲ କରାଇବା ପାଇଁ ଜିଲ୍ଲାପାଳ ମୋହଦୟଙ୍କୁ ନିବେଦନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ