ବୁଦୁରାରେ ଚାରି ଟିକିଆ ହାତୀ ପୋଲର ଉପଦ୍ରବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକର ବୁଦୁରା ଗ୍ରାମ ଠାରେ ଗତ ୨ ଦିନ ହେଲା ଚାରିଗୋଟି ହାତୀ ବିଭିନ୍ନ ଧାନ, ଆଖୁ, କଦଳୀ ବାଡ଼ ରେ ପଶି ଧାନ ଫସଲ ନଷ୍ଟ କରିଦେଇଛନ୍ତି l ସନ୍ଧ୍ୟା ହେଲେ ବିଦ୍ୟୁତ୍ ସରବର ବନ୍ଦ ରହୁଛି l ବନ ବିଭାଗ ବିଭାଗ କର୍ମଚାରି ମାନେ ହାତୀ ଘୋଉଡାଇବା ରେ ସଫଳ ହୋଇପାରୁନାହାନ୍ତି l ଗ୍ରାମ ନିକଟରେ ଥିବା ଏକ ଆମ୍ବ ତୋଟା ରେ ହାତୀ ମାନେ ବସବାସ କରୁଛନ୍ତି, ତେଣୁ ଗ୍ରାମ ବାସୀମାନେ ଭୟଭୀତ ହୋଇଛନ୍ତି l ହାତୀର ମରଣ ଆଶଙ୍କା ରେ ବିଦ୍ୟୁତ୍ ଲାଇନ କାଟି ଦିଆଯାଉଛି l ତେଣୁ ରାତିରେ ଲୋକମାନେ ଘରରୁ ବାହାରକୁ ଯିବାକୁ ଭୟଭୀତ ହୋଉଛନ୍ତି l ଏନେଇ ସ୍ଥାନୀୟ ସରପଞ୍ଚ ସଞ୍ଜୟ ମିଶ୍ର ସୂଚନା ଯେ ଯଦି ଅଳ୍ପଦିନ ରେ ବନ ବିଭାଗ ହାତୀ ଘୋଉଡିବା ରେ ବନ ବିଭାଗ ବିଫଳ ହେଲେ କାଶୀନଗର ରେଞ୍ଜ କାର୍ଯ୍ୟଳୟ ଠାରେ ଆନ୍ଦୋଳନ କରିବାକୁ ଜନସାଧାରଣ ଚେତାବନୀ ଦେଇଛନ୍ତି l


