ଷଷ୍ଠ ସହିଦ ଗଣେଶ ପ୍ରସାଦ ମେମୋରିଆଲ କ୍ରିକେଟ, ଶରତ ଇଲେଭେନ ଶାଳବଣି ଚମ୍ପିୟନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ମା ଦୁଆରଶୁଣି ରିଲାନସ କ୍ଲବ ମଠ ଗୋବିନ୍ଦପୁର ଆନୁକୁଲ୍ୟରେ ଚାଲିଥିବା ସହିଦ ଗଣେଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଶରତ ଇଲେଭେନ ଶାଳବଣି ମା’ବରାହୀ କ୍ରିକେଟ କ୍ଲବ ବଞ୍ଚୋକୁ ୩୭ରନରେ ପରାସ୍ତ କରି ଚମ୍ପିୟନ ହୋଇଛି । ପ୍ରଥମେ ଟସଜିତି ଶରତ ଇଲେଭେନ ଶାଳବଣି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୬ଉଇକେଟ ବିନିମୟରେ ୧୭୬ରନ କରିଥିଲା । ୧୭୭ରନର ବିଜୟ ଲକ୍ଷନେଇ ଦ୍ୱିତୀୟରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ମା”ବରାହୀ କ୍ରିକେଟ କ୍ଲବ ବଞ୍ଚୋ ୯ଉଇକେଟ ହରାଇ ୧୩୯ରନ କରିବାକୁ ସମର୍ଥ ହୋଇଥିଲା । ବଳରାମ ଜେନା ଓ ପଦ୍ମନାଭ ସାମଲ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ପ୍ରଫୁଲ ଜେନା, କେଶବ ଜେନା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଗଣେଶ କୁଅଁର ଓ ମିଟୁ ଜେନା ଭାଷ୍ୟକାର ଭାବେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବେ ଦିପକ ସାମଲଙ୍କୁ ପୁରାସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଶାସଙ୍ଗ ସରପଞ୍ଚଙ୍କ ପ୍ରତିନିଧି ସୁଧାଶୁଂ ବିଶ୍ୱାଳ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ମା ତାରିଣୀ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ସମାଜସେବୀ ତ୍ରୀଲୋଚନ ସା, ସତ୍ୟବ୍ରତ ଜେନା, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । କ୍ଲବ ସଦସ୍ୟ ସତ୍ୟବ୍ରତ ପଣ୍ଡା, ବଳରାମ ସା, ଶରତ ସା, ରବିନ୍ଦ୍ର ସା, ଅମୁଲ୍ୟ ସେଠୀ, ପତିତ ସା, ରାଜା ଜେନା, ବିଜୟ ଜେନା, ନବ ଜେନା, ରୁଦ୍ରପ୍ରତାପ ସା, ବାପୁନୁ ସା, ବାବୁଲା ଜେନା, ଧନେଶ୍ୱର ଜେନା, ସନାତନ ସାହୁ, ସଞ୍ଜୟ ଜେନା, ନାରାୟଣ କୁଅଁର, ବାପି ଜେନା, ଅର୍ଜୁନ ସା, ଦେବ ସା, ଶ୍ରୀକାନ୍ତ ବେହେରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।


