ଦୀନବନ୍ଧୁ ଲେଙ୍କାଙ୍କ ‘ବୈଜ୍ଞାନିକ ରାଷ୍ଟ୍ରପତି ଅବଦୁଲ କଲାମ’ ଲୋକାର୍ପିତ

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତିକାନନ ଠାରେ ଭାରତର କ୍ଷେପଣାସ୍ତ୍ର ଅଭିଯାନର ଜନକ ରାଷ୍ଟ୍ରପତି ଅବଦୁଲ୍ କଲାମଙ୍କ ଜୀବନୀ ଆଧାରିତ, ‘ଅକ୍ଷାଂଶ’ ପ୍ରକାଶନୀ ଦ୍ୱାରା ପ୍ରକାଶିତ, ଦୀନବନ୍ଧୁ ଲେଙ୍କାଙ୍କ ରଚିତ ‘ବୈଜ୍ଞାନିକ ରାଷ୍ଟ୍ରପତି ଅବଦୁଲ୍ କଲାମ’ ପୁସ୍ତକର ଲୋକାର୍ପଣ ହୋଇଯାଇଛି । ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଶିରୀଶଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଉନ୍ମୋଚକ ଭାବେ, ଫକୀରମୋହନ ବିଶ୍ୱବିଦ୍ୟାଳୟର ଭାଷାସାହିତ୍ୟର ପ୍ରଫେସର ଡ. ମଣୀନ୍ଦ୍ର କୁମାର ମେହେର ମୁଖ୍ୟ ଅତିଥି ଭାବେ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଡ. କମଳାକାନ୍ତ ଜେନା ମୁଖ୍ୟ ବକ୍ତା ଭାବରେ, ଡ. ହରିଶ୍ଚନ୍ଦ୍ର ବେହେରା ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ପୁସ୍ତକଟି କିପରି ସବୁଶ୍ରେଣୀର ପାଠକଙ୍କ ପାଇଁ ଉପଯୋଗୀ ଏବଂ କଲାମ୍‌ଙ୍କ ଜୀବନ ସମସ୍ତଙ୍କ ନିମନ୍ତେ ପ୍ରେରଣାର ଉତ୍ସ ତାହା ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଯୁଗ୍ମ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ପାଗ୍‌ଭାଷ ରଖିଥିବାବେଳେ କୋଷାଧ୍ୟକ୍ଷ ତପନ ରାୟ ଅତିଥିମାନଙ୍କୁ ମଂଚଆହ୍ୱାନ କରିଥିଲେ । ଯୁଗ୍ମ ସମ୍ପାଦିକା କବୀ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପ୍ରାରମ୍ଭରେ କାହ୍ନୁଚରଣ ଲେଙ୍କାଙ୍କ ନେତୃତ୍ୱରେ କେତେଜଣ ସୁନାମଧନ୍ୟ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ କୁମାର ପ୍ରଧାନ, ନିବାରଣ ଜେନା, ଅଶ୍ୱିନୀ ଶତପଥୀ, ଡ. କ୍ଷିତୀଶ୍ୱର ଦାଶ, ବିଜୟ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ପଦ୍ମଲୋଚନ ଦତ୍ତ, ଅର୍ଚ୍ଚନା ନନ୍ଦୀ, ଚିତ୍ରାରାଣୀ ପାତ୍ର, ସଂଗୀତା ବାରିକ, ପ୍ରଭାକର ସାହୁ, ଡ. ରତ୍ନାକର ସିଂହ, ମଧୁସୂଦନ ମିଶ୍ର, ମହମ୍ମଦ ଇନାୟତ ଅଲୀ ଖାଁ, ସଂଜୟ କୁମାର ପଣ୍ଡା, ଉମେଶ ଗୋଛାୟତ, ଅରୁଣା ରାୟ, ନିରଞ୍ଜନ ରାଉତ, ଜଳଧର ପଣ୍ଡା, ଅଭିମନ୍ୟୁ କାନୁନ୍‌ଗୋ, ଅବନ୍ତୀ ପ୍ରଧାନ, ରାଜେଶ ଗିରି, ପ୍ରଣିତା ମିଶ୍ର, ରଘୁନାଥ ଲେଙ୍କା, କାହ୍ନୁଚରଣ ଲେଙ୍କା, ଲକ୍ଷ୍ମଣ ଚରଣ ବିଶ୍ୱାଳ, କମଳାକାନ୍ତ ନାୟକ, ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, କରୁଣାକର ସ, ଯୋଗେଶ ଚନ୍ଦ୍ର ପ୍ରଧାନ, ବାସନ୍ତୀ ଦେ, ଶାନ୍ତିଲତା ପଣ୍ଡା, ପ୍ରୀତିଲେଖା ଦାସ, ଊର୍ମିଳା ନାୟକ, ସୁନାମଣି ଜେନା, ସୁବ୍ରତା ମହାନ୍ତି, ପୁଷ୍ପଲତା ଚକ୍ରବର୍ତ୍ତୀ, ଜ୍ୟୋତ୍ସ୍ନା ରାୟ, ତୃପ୍ତିରାଣୀ ପାତ୍ର, ଅନସୂୟା ନାୟକ, ଦେବାଶିଷ ସିଂହ, ବିଦ୍ୟାଧର ସାହୁ, ଜୟନ୍ତ ହଂସରାଜ, ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ଲମ୍ବୋଧର ନାୟକ, ବିପ୍ଳବ କୁମାର ମହାନ୍ତି, ତାନଶ୍ରୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଶତାଧିକ ବ୍ୟକ୍ତି ଯୋଗ ଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ