ଚାଷୀଘରର ପୁଅ ମହେଶ୍ୱର ହେଲେ ଆଇଆଇଟି ଟପର

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜମ୍ଭିରା ଜଣେ ଚାଷୀଘରର ପୁଅ ମହେଶ୍ୱର ମହାଳିକ ସର୍ବଭାରତୀୟ ସ୍ତରରେ ଆଇଆଇଟି ଟପର ହୋଇଥିବା ଜଣାଯାଇଛି । ସେ ଏବେ କେନ୍ଦୁଝର ଡିଡି କଲେଜର ଯୁକ୍ତ ତିନି ଛାତ୍ର ଭାବେ ଅଧ୍ୟୟନ ରତ । ବିନା କୋଚିଂରେ ସର୍ବଭାରତୀୟ ସ୍ତରରେ ଆଇଆଇଟି ପରୀକ୍ଷାରେ ୧ନଂ ସ୍ଥାନ ହାସଲ କରିଛନ୍ତି । ତାଙ୍କ ସଫଳତାରେ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ବାପା ଲକ୍ଷ୍ମୀଧର ମହାଳିକ ଓ ମା କମଳା ମହାଳିକଙ୍କ ୪ପୁଅ ଝିଅଙ୍କ ମଧ୍ୟରୁ ବଡପୁଅ ମହେଶ୍ୱର ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା । ଘରର ଆଥିକ ଅଭାବ ଅନାଟନ ସତ୍ତ୍ୱେ ବାପା ମା ତାଙ୍କର ସମସ୍ତ ପିଲା ମାନଙ୍କୁ ଉପଯୁକ୍ତ ଶିକ୍ଷାଦେଇ ଉଚ୍ଚ ଶିକ୍ଷିତ କରିପାରିଛନ୍ତି । ମହେଶ୍ୱର ଜମ୍ଭିରା ହାଇସ୍କୁଲରେ ଶିକ୍ଷାଲାଭ କରି ୪୯୮ ମାର୍କ ରଖିଥିବାବେଳେ ଯୁକ୍ତଦୁଇ ବିଜ୍ଞାନରେ ୫୦୨ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତିନ୍ନ ହୋଇଥିଲେ । ସେ ପ୍ରଥମରୁ ଜଣେ କୃତ୍ତି ଛାତ୍ର ଭାବେ ବିଦ୍ୟାଳୟରେ ପରିଚିତ ଥିଲେ । ତାଙ୍କ ବାପାଙ୍କ କହିବାକଥା ଯେ ସେ ଚାଷବାଷ କରି ଛୁଆ ମାନଙ୍କୁ ପାଠ ପଢ଼ାଉଛନ୍ତି । ତାଙ୍କ ବଡ ଝିଅ ମଧ୍ୟ ଯୁକ୍ତ ଦୁଇ ବିଜ୍ଞାନରେ କଲେଜ ଟପର ହୋଇଥିବାବେଳେ ଅନ୍ୟ ଜଣେ ଝିଅ ଯୁକ୍ତ ଦୁଇ ପରେ ଏବେ କମ୍ପୁ୍ୟଟର ଶିକ୍ଷା କରୁଛି । ଅଭାବ ଅନାଟନରେ ଥାଇ ମଧ୍ୟ ସେ ପିଲାମାନଙ୍କୁ କେବ ଶିକ୍ଷାଦାନରେ ଅବହେଳା ଦେଖାଇ ନାହାନ୍ତି । ଆଜି ପୁଅ ଟପର ହୋଇଥିବା ଶୁଣି ତାଙ୍କ ଛାତି କୁଣ୍ଢେମୋଟ ହୋଇଯାଇଛି । ଏସବୁ ସଫଳତାର ଶ୍ରେୟ ସେ ତାଙ୍କ ସାନଭାଇଙ୍କୁ ଦେଇଛନ୍ତି । ତାଙ୍କରି ଦ୍ୱାରା ଶିକ୍ଷାଲାଭ କରି ପୁଅ ସଫଳତା ପାଇଛି ବୋଳଇ ସେ କହିଛନ୍ତି । ସେହିପରି ମା କମଳା ମହାଳିକଙ୍କ କହିବାନୁଯାଇ ସେ ୨୫ବର୍ଷ ଧରି ଏସ.ଏସ.ଜି ଗ୍ରୁପରେ ରହି ବହୁ କଷ୍ଟ ସ୍ୱୀକାର କରି ଛୁଆ ମାନଙ୍କୁ ବଡ କରିଛନ୍ତି । ସବୁ ଛୁଆ ଗୁଡିକଙ୍କ ଭଳ ପାଠପାଠ ହେଉଥିବାରୁ ସେ ସସମସ୍ତଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଲାଗି ପଡିଛନ୍ତି । ଯାହା ହେଉ ସମଗ୍ର ଭାରତରେ ତାଙ୍କ ପୁଅ ପ୍ରଥମ ସ୍ଥାନ ହାସଲ କରିବ ଏହା ସେ କେବେ ଆଶା କରିନଥିଲେ ବୋଲି କହିଛନ୍ତି । ମହେଶ୍ୱରଙ୍କ ଏପରି ସଫଳତାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷେ ସଞ୍ଜୁଲତା ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ଜମ୍ଭୀରା ପଞ୍ଚାୟତର ସରପଞ୍ଚ ଘନଶ୍ୟାମ ମଲ୍ଲିକ ପ୍ରମୁଖ ମହେଶ୍ୱରଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ