ବରିଷ୍ଠ ଶିକ୍ଷକ ଆନନ୍ଦ ଚନ୍ଦ୍ର ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ଡଃ.ହରିହର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ମମତା ମଲ୍ଲିକ, ସିଆରସିସି ରାମ ଚନ୍ଦ୍ର ଜେନା, ଭରତ ଚନ୍ଦ୍ର ଓଝା, ପୁରାତନ ଛାତ୍ର ଶଶୀକାନ୍ତ ଜେନା, କୀର୍ତ୍ତନ ନାୟକ ଯୋଗ ଦେଇ ଶ୍ରୀ ରାଉତ ଜଣେ କର୍ତ୍ତବ୍ୟପରାୟଣ, ଛାତ୍ର ବତ୍ସଳ ଶିକ୍ଷକ ଥିଲେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସୁକାନ୍ତ ସାହୁ, ଛବିନ୍ଦ୍ର ବିଶ୍ୱାଳ, ସନ୍ତୋଷ ପେଡି, ରଙ୍ଗାଧର ନାୟକ, ନରେଶ ଜେନା, ଚିନ୍ମୟ ଦାସ, ମାର୍କଣ୍ଡ ବିଶ୍ୱାଳ, ରଥ ସେଠୀ, ଆନନ୍ଦ ସାହୁ, କିର୍ତ୍ତୀ ଶଙ୍କର ମହାନ୍ତି, ଅସିତ୍ ପୁହାଣ, ସ୍ୱାଧୀନ ସାହୁ, କ୍ଷୀରୋଦ ଜେନା, ଆକାଶ ଜେନା, ଲିପୁନ ପାତ୍ର, ଅବିନାଶ ଜେନା, ଶିକ୍ଷୟିତ୍ରୀ ଅନୁସୟା ଭୋଇ, ନମିତା ଧଳ, ଝିଲିରାଣୀ ଶଂଖୁଆ, ନିର୍ମଳ ରାଉତରାୟ, ଯଶୋବନ୍ତ ସିଂହ, ପରେଶ ଭୂୟାଁ, ସୋମନାଥ ବିଶ୍ୱାଳ, ତାପସ ଜେନା, ସରସ୍ୱତୀ ନାଥ, ନିରଂଜନ ରାଉତ, ରଜତ ଦାସ, କିରାଣୀ ବିରେନ୍ଦ୍ର ରାଉଳ, କର୍ମଚାରୀ ମଳୟ ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।


