୫-ଟି ସଚିବଙ୍କୁ ପଟ୍ଟଚିତ୍ର ଦେଲେ ନମିତା ବେହେରା
ବନ୍ତ, (ଚାନ୍ଦିନୀ ମହାନ୍ତି):୫-ଟି ସଚିବ ଦୁଇ ଦିିନିଆ ଭଦ୍ରକ ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ବନ୍ତ ବ୍ଲକ ଚକ୍ରାପାଢୀ ଗ୍ରାମର ଚିତ୍ରଶିଳ୍ପୀ ନମିତା ବେହେରା ଭଣ୍ଡାରିପୋଖରୀସ୍ଥିତ ପ୍ରଭାକର ଉଚ୍ଚ ବିଦ୍ୟାପୀଠରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ତାଙ୍କର ପଟ୍ଟଚିତ୍ର ପ୍ରଦାନ କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଅବିକଳ ନକଲ ପ୍ରଦାନ ନେଇ ସହଯୋଗ କରିବାକୁ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ । ସଚିବ ନମିତାଙ୍କ ଏହି ପ୍ରୟାସକୁ ଉଚ୍ଚ ପ୍ରସଂଶା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ପଟ୍ଟଚିତ୍ର ପ୍ରଦାନରେ ସହଯୋଗ କରିବେ ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲ୍ା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଇତିମଧ୍ୟରେ ନମିତା ରାଷ୍ଟ୍ରପତି, ବିଜେଡି ସାଂଗଠନିକ ସମ୍ପାଦକ, ଭଦ୍ରକ ସାଂସଦ, ଜିଲ୍ଲାପାଳ, ଭଣ୍ଡାରିପୋଖରୀ ବିଧାୟକଙ୍କ ସମେତ ଶତାଧିକ ବ୍ୟକ୍ତିଙ୍କୁ ପଟ୍ଟଚିତ୍ର ପ୍ରଦାନ କରିସାରିଛନ୍ତି । ଆଗକୁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପଟ୍ଟଚିତ୍ର ସ୍ୱହସ୍ତରେ ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି ।


