ଚାନ୍ଦିପୁର କଲେଜରେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ

ମୋହନା , ( ଅଂଶୁମାନ ପଣ୍ଡା ) : ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁର ଇନ୍ଦରା ସ୍ମୃତି ମହାବିଦ୍ୟାଳୟରେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ୩ ଅଧ୍ୟକ୍ଷ ପୁର୍ଣ୍ଣ ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ମୋହନ ଶବର , ଚାନ୍ଦିପୁଟ ଇଣ୍ଡିଆନ ବ୍ୟାଙ୍କ ଶାଖା ପରିଚାଳକ ଅମିତ କୁମାର ପୃଷ୍ଟି , ପ୍ରାଣୀ ଧନ ଅଧିକାରୀ ବିରେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଶିଳ୍ପ ପରିଚାଳନ ମନ୍ଧେକ୍ସ ମହାପାତ୍ର , ପ୍ରଦ୍ୟୁମ୍ନ ପାଲ , ସହକାରୀ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ , କିଶୋର ନାୟକ , ଗୋପିନାଥ ସାହୁ , ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଓହିପି ସଂଯୋଜକ ତଥା ଅଧ୍ୟାପକ ଡ. ସନ୍ନାସୀ ବେହେରା ଓ ଅଧ୍ୟାପିକା ବୁନି କୁମାରୀ ପାଣିଗ୍ରାହୀ ପରିଚାଳନା କରିଥଇବାବେଳେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ