ସୁନହଟ ଠାରେ ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା ଅଭିଯୋଗ
ବାଲେଶ୍ଵର, (ସରୋଜ ପଣ୍ଡା):ଟାଉନ ଥାନା ସୁନହଟ ଅଞ୍ଚଳର ଶ୍ରୀତମ ଦାସଙ୍କ ପତ୍ନୀ ଭାରତୀ ଦାସ ଘର ମଧ୍ୟରେ ଫାଶୀ ଲଗାଇ ରବିବାର ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।ତେବେ ସ୍ବାମୀ,ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ କଳି ଲାଗିଥିଲେ।ଏଥିରେ ସ୍ତ୍ରୀ ଭାରତୀ ଘର ମଧ୍ୟରେ ଫାଶୀ ଲଗାଇଥିଲେ।ସ୍ବାମୀ ସଙ୍ଗେ ସଙ୍ଗେ ଫାଶୀ ରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ।ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଶ୍ଵଶୁର ଘର ଲୋକେ ଆତ୍ମହତ୍ୟା ଅଭିଯୋଗ କରୁଥିବା ବେଳେ ବାପ ଘର ଲୋକ ଝିଅ କୁ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି।


