ପାରଳାଖେମୁଣ୍ଡି ରେଲ ଷ୍ଟେସନ ଠାରେ ଗୋ ମାଂସ ବିକ୍ରୀ ନେଇ ଉତ୍ତେଜନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଲ ଷ୍ଟେସନ ଠାରେ ଗୋ ମାଂସ ବିକ୍ରୀ ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଉତ୍ତେଜନା ଦେଖା ଦେଇଥିଲା. ସୂଚନା ପ୍ରକାରେ ଉକ୍ତ ଅଞ୍ଚଳରେ କିଛି ଯୁବକ ଗୋ ମାଂସ ବିକ୍ରୀ କରୁଥିବା ଦେଖିଥିଲେ ଏହା ପରେ ସେମାନଙ୍କୁ କିଛି ଯୁବକ କି ମାଂସ ବିକ୍ରୀ କରୁଛୁ ବୋଲି ପଚାରିଥିଲେ. ସେମାନେ ଗୋ ମାଂସ ବୋଲି କହିବା ପରେ ସେମାନଙ୍କୁ ସେଠାରେ ଅଟକାଇ ସ୍ଥାନୀୟ ବଜରଙ୍ଗ ଦଳ ଏବଂ ପୋଲିସକୁ ସୂଚନା ଦେଇଥିଲେ। ବଜରଙ୍ଗ ଦଳ ପକ୍ଷରୁ ଉକ୍ତ ଯୁବକ ମାନଙ୍କୁ ଏହି ମାଂସ ବିକ୍ରି ଓ ଗୋ ହତ୍ୟା ନ କରିବା ପାଇଁ ଭଲ ଭାବେ ବୁଝେଇ ଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ ଉତ୍ତେଜନା ଦେଖା ଯାଇଥିଲା. ପାରଳା ପୋଲିସକୁ ଏନେଇ ଜଣାଇବା ପରେ ଘଟଣା ସ୍ଥଳରେ ଷ୍ଟେସନ ଜି ଆର ପି ଏଫ୍ ପୋଲିସ ପହଞ୍ଚି ତିନି ଯୁବକଙ୍କୁ ଧରି ସ୍ଥାନୀୟ ଆଦର୍ଶ ଥାନା ପୋଲିସର ଜିମ୍ମା ଦେଇଥିଲେ। ଘଟଣା ନେଇ ପୋଲିସର ତଦନ୍ତ ଜାରି ରହିଥିବା ଜଣା ଯାଇଛି.


