ପୁରୀଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ହେଲେ ସୌମ୍ୟକାନ୍ତ

ନିମାପଡ଼ା, (ସନ୍ତୋଷ ଦାଶ):୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲା କଂଗ୍ରେସ କମିଟି କୁ ପୁନର୍ଗଠନ କରାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ ରେ କାକଟପୁର ନିର୍ବାଚନ ମଣ୍ଡଳୀ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଆସିଛି ।ପୂର୍ବତନ ବିଧାୟକ ସ୍ବର୍ଗତ ବୈକୁଣ୍ଠ ନାଥ ସ୍ୱାଇଁଙ୍କ ଦେହାନ୍ତ ହେବାପରେ କାକଟପୁର ନିର୍ବାଚନ ମଣ୍ଡଳୀ ଆଦ୍ୟାବଧି ଅଣକଂଗ୍ରେସ ଗଡ଼ ଭାବେ ରହିଆସିଅଛି କିନ୍ତୁ କାକଟପୁର ପଞ୍ଚାୟତ ସମିତି ରେ କଂଗ୍ରେସର ଦବଦବା ଅଦ୍ୟାବିଧି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟନାରାୟଣ ପଟ୍ଟନାୟକ ତାଙ୍କର ନୂଆ ଟିମ ରେ ସାଧାରଣ ସମ୍ପାଦକ ଭାବେ କାକଟପୁରର ଯୁବନେତା ସୌମ୍ୟକାନ୍ତ ଖୁଣ୍ଟିଆଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ମନୋନୀତ କରିଛନ୍ତି ।ସୌମ୍ୟକାନ୍ତ କଂଗ୍ରେସର ଯୁବନେତା ଭାବେ ଦୀର୍ଘ ବର୍ଷ ଧରି ରାଜନୈତିକ ସମୀକରଣରେ ଗୁରୁତ୍ୱପୂର୍ଣ ଦାଇତ୍ୱ ନିର୍ବାହ କରୁଥିବା ବେଳେ ସେ କାକଟପୁର ବ୍ଲକ କଂଗ୍ରେସ ର ପୂର୍ବତନ ସଭାପତି ସ୍ବର୍ଗତ ଲଷ୍ମୀଧର ଖୁଣ୍ଟିଆଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି ।ଛାତ୍ରଜୀବନରୁ କଂଗ୍ରେସ ପ୍ରତି ଅହେତୁକ ଆଗ୍ରହ ପ୍ରକାଶ କରି ରାଜନୀତି କରିଆସୁଥିବାବେଳେ ବ୍ଲକ ରେ କଂଗ୍ରେସ କର୍ମୀ ମାନଙ୍କ ସୁଖ ସୁବିଧା ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି । ଏହି ଖବର ପ୍ରଚାରିତ ହେବାପରେ ବ୍ଲକ କଂଗ୍ରେସର ଛାମୁଆ ନେତାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ କାକଟପୁର କଂଗ୍ରେସର ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରିରହିବ ବୋଲି ଶ୍ରୀ ଖୁଣ୍ଟିଆ ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ