ବରିଷ୍ଠ ନାଗରିକ ସଂଘ ମରେଇଗାଁ ର ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ ):ହାଟଡ଼ିହି ବ୍ଲକର ମରିଗାଁ ଠାରେ ବରିଷ୍ଠ ନାଗରିକ ସଂଘ ମରୈଗାଁ ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି । ସଭାପତି ଗୋପବନ୍ଧୁ ସୁଆରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଜିଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧକ୍ଷା ସାବିତ୍ରୀ ସେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟଶ୍ରୀ ପ୍ରାଣିଗ୍ରାହୀ, ନନ୍ଦିପଦା ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର, ଯୋଗାଚାର୍ଯ୍ୟ ବାଇଧର ମୁନି,ବରିଷ୍ଠ ସାହିତ୍ୟିକ ଅନ୍ତର୍ଯ୍ୟାମୀ ରାଉତ,ଲେଖକ ସୁରେନ୍ଦ୍ର କୁମାର ପରିଡ଼ା,ଶିକ୍ଷାବିତ୍ ନରହରି ରାଉତ, କବି, ଲେଖକ ଓ ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ସମ୍ପାଦକ ବୃନ୍ଦାବନ ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ। ବୈଠକରେ ବରିଷ୍ଠ ମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଓ କିଭଳି ବରିଷ୍ଠ ନାଗରିକମାନେ ସୁରକ୍ଷିତ ଓ ଖୁସିରେ କିଭଳି ଦିନ କାଟିବେ ସେ ନେଇ ଅତିଥିମାନେ ଆଲୋକପାତ କରିଥିଲେ। ସଂଘ ଗଠନର ଆବଶ୍ୟକତା ସାମାଜିକ ସୁରକ୍ଷା, ସରକାରଙ୍କର ବରିଷ୍ଠ ନାଗରିକଙ୍କ ପାଇଁ କଲ୍ୟାଣ କାର୍ଯ୍ୟକ୍ରମ,ଆଇନଗତ ସହାୟତା ସମ୍ପର୍କରେ ସଚେତନତା କରାଯାଇଥିଲା। ପ୍ରଥମେ ଏହି କାର୍ଯ୍ୟକ୍ରମରେ ଭଜନ ପରିବେଷଣ କରାଯାଇଥିଲା । ଈଶ୍ଵରୀୟ ପ୍ରଜାପତି ବ୍ରହ୍ମକୁମାରୀ ପ୍ରବଚନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ବରିଷ୍ଠ ନାଗରିକ ମାନେ ଯୋଗଦାନ କରିଥିବାବେଳେ ସଂଘର ସଦସ୍ୟ ଜଳଧର ମହାପାତ୍ର, ନକୁଳ ସାମଲ, କୃଷ୍ଣ ଚନ୍ଦ୍ର ପଣ୍ଡା,ଗଣେଶ୍ବର ମହାନ୍ତି, ଅନାମ ଜେନା, ନାରାୟଣ ସାହୁ, ବିଶ୍ଵନାଥ ମଲ୍ଲିକ,ଅଜୁର୍ନ ସାହୁ, ଉମାକାନ୍ତ ମହାନ୍ତି, ଯୁଧୁଷ୍ଠିର ସୁତାର, ପଦ୍ମ ଲୋଚନ ମିଶ୍ର, ଶରତ ପହି, ଦାମଦେବ ପହି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ