ବାର୍ଷିକ କ୍ରିଡ଼ା ଉତ୍ସବ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆଜି ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ପାଇଁଁ ଉଦ୍ଦିଷ୍ଟ ବାର୍ଷିକ କ୍ରିଡ଼ା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଦେବଦତ୍ତ ଦାସ, ନିମନ୍ତ୍ରିତ ଅତିଥି ସରପଞ୍ଚ ବର୍ଷାରାଣୀ ଜେନା, ଏବିଇଓ ମଞ୍ଜୁଳା ନାୟକ, ଅକ୍ଷୟ ଜେନା, ପୁଷ୍ପକ ଭାରତୀ, ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ରଶ୍ମିରଞ୍ଜନ ଦାସ ସ୍ୱାଗତ ଭାଷଣ ଓ ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ସନାତନ ପଣ୍ଡା ଅତିଥି ପରିଚୟ ଏବଂ ମନସ୍ୱିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ କ୍ରୀଡା ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ୧୫୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଭାଗନେଇଥିଲେ। ସେମାନଙ୍କ ମଧ୍ୟରୁ କୃତିତ୍ୱ ହାସଲ କରିଥିବା ୩୬ଜଣ ବିଦ୍ୟାର୍ଥୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।