ରାଜ୍ୟ ସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା ଓ ପୁରସ୍କାର ବିତରଣ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ।
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ୪ର୍ଥ ବାର୍ଷିକ ରାଜ୍ୟସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା ଓ ପୁରସ୍କାର ବିତରଣ ସମାରୋହ – ୨୩ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଂପାଦକ ତଥା ମୁଖ୍ୟ ପରିଚାଳନା ଟ୍ରଷ୍ଟି ଭାଗୀରଥୀ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସଂଗଠନର ଉପଦେଷ୍ଟା ମହେଶ୍ବର ସାମଲ, ସଂଜୟ କୁମାର ବରାଳ, ବ୍ଯଙ୍ଗ କବି ସମ୍ପଦ କୁମାର ରଥ, ପ୍ରଶାନ୍ତ କୁମାର ଭୂୟାଁ, ମନମୋହନ ସ୍ବାଇଁ ଓ ଶିବ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହାୟତାରେ ୩୪ତମ କୋଣାର୍କ ଉତ୍ସବ ଅବସରରେ ଆସନ୍ତା ଡିସେମ୍ବର ମାସ ୩ ତାରିଖ ଅପରାହ୍ନ ସମୟରେ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା ଓ ପୁରସ୍କାର ବିତରଣ ସମାରୋହ କୋଣାର୍କ ସ୍ଥିତ ଆଶ୍ରମ ସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅବତାର ମିଶ୍ର, କାକଟପୁର ବ୍ଲକ ବିଡିଓ ଡଃ ତୁଷାର ଜ୍ୟୋତି ରଂଜନ, ବରିଷ୍ଠ ସାମାଜିକ କର୍ମୀ ତଥା ଶିକ୍ଷାବିତ ରାମକୃଷ୍ଣ ମହାନ୍ତିଙ୍କ ସମେତ ୫ଜଣ ପ୍ରତିଭାଧାରୀ ବ୍ଯକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ ପ୍ରଫେସର ଅବତାର ମିଶ୍ର, କାକଟପୁର ବ୍ଲକ ବିଡିଓ ଡଃ ତୁଷାର ଜ୍ୟୋତି ରଂଜନ, ପ୍ରାକ୍ତନ ପ୍ରାଧ୍ୟାପିକା ତଥା ବିଶିଷ୍ଟ ଲେଖିକା କମଳ କୁମାରୀ ଦାଶ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ବରିଷ୍ଠ ସାମାଜିକ କର୍ମୀ ତଥା ଶିକ୍ଷାବିତ ରାମକୃଷ୍ଣ ମହାନ୍ତି, ଶିକ୍ଷାବିତ ଶଶଧର ପଣ୍ଡା ଓ ବିଶିଷ୍ଟ ବ୍ଯଙ୍ଗ କବି ହାସ୍ୟ କୁମୁଦ ସମ୍ପଦ କୁମାର ରଥ ପ୍ରମୁଖ ଯୋଗଦାନ ନିମନ୍ତେ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଞ୍ଚଳର ମହାବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପର୍ଯ୍ୟଟନ ସାହିତ୍ୟ, ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ ସମ୍ପର୍କରେ ସାଧାରଣ ଜ୍ଞାନ ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା ଓ ବକ୍ତୃତା ପ୍ରତିଯୋଗୀତା ମାନ ଅନୁଷ୍ଠିତ ହେବା ସହ ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ଛାଟୋଇ ଧନ୍ୟବାଦ ଅର୍ପଣ କରିବା ସହ ଗାୟକ ଅତିବଡୀ ମଙ୍ଗରାଜ ବିଶ୍ବାଳ କାର୍ଯ୍ୟକ୍ରମ ସଂଯୋଜନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ସଂପାଦକ ଭାଗୀରଥୀ ସ୍ଵାଇଁ ପ୍ରକାଶ କରିଛନ୍ତି ।ରାଜ୍ୟ ସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା ଓ ପୁରସ୍କାର ବିତରଣ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ।


