ଯୁବକ ଙ୍କ ମୃତ୍ୟୁ ପରେ ଚେତା ପଶିଲା ରାସ୍ତା ପାଶ୍ଵ ରେ ପରିବା ମାର୍କେଟ ବନ୍ଦ

ନିମାପଡ଼ା, (ସନ୍ତୋଷ ଦାଶ):ପିପିଲି – କୋଣାର୍କ ମୁଖ୍ୟ ରାସ୍ତା ର ନିମାପଡ଼ା କୁଶଭଦ୍ରା ସେତୁ ର ଦକ୍ଷିଣ ପାଶ୍ଵ ରେ ଦୀର୍ଘ ଦିନ ଧରି ପରିବା ମାର୍କେଟ ବସୁଥିଲା। ଫଳରେ ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ଏ ସଂପର୍କ ରେ ବିଭିନ୍ନ ସମୟ ରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିଲା। ଗତକାଲି ପରିବା ମାର୍କେଟ ନିକଟରେ ଏକ ଟ୍ରକ ଧକ୍କା ରେ ସ୍ଥାନୀୟ ସର୍ବାପଡ଼ା ପ୍ରଧାନସାହି ର ଯୁବକ ରତ୍ନାକର ପ୍ରଧାନ (୪୫) ଙ୍କ ମୃତ୍ୟୁ ଘଟିବାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଓ ଥାନା ଆଇ ଆଇ ସି ବାମଦେବ ସ୍ଵାଇଁ ଘଟଣାସ୍ଥଳ ରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରି ବୁଝା ଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଆଜି ଠାରୁ ଉକ୍ତ ସ୍ଥାନ ରେ ଆଉ ପରିବା ମାର୍କେଟ ବସିବ ନାହିଁ କିମ୍ବା ମୁଖ୍ୟ ରାସ୍ତା କଡ଼ରେ କୌଣସି ତୋରଣ ବନ୍ଧା ଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ଆଇ ଆଇ ସି ଶ୍ରୀ ସ୍ଵାଇଁ ପ୍ରକାଶ କରିଛନ୍ତି। ଯାହାହେଉ
ଦୁର୍ଘଟଣା ରେ ଯୁବକ ଙ୍କ ଜୀବନ ଯିବା ପରେ ପୋଲିସ ,ପ୍ରଶାସନ ର ଚେତା ପଶିଛି। ରାସ୍ତା କଡ଼ ରେ ଗହଳି ନ ହେବାରୁ ଗାଡ଼ି ଚାଳକ, ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଆସ୍ଵସ୍ଥି ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ