ମୋହନା ବ୍ଲକର ବୈଠକ ଗୃହ ଉଦଘାଟନ କଲେ ସାଂସଦ ଚନ୍ଦ୍ର ଶେଖର ସାହୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ ସହ ଗଜପତି ଜିଲ୍ଲାର ମୋହନା ବ୍ଲକ ହେଉଛି ଦୁଇ ତୃତୀୟାଂଶ ଅଞ୍ଚଳ। ଏହି ବ୍ଲକରେ ବର୍ତ୍ତମାନକୁ ୩୯ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠନ ହୋଇଛି ମୋହନା ବ୍ଲକ। ମୋହନା ବିଡ଼ିଓ ଭାବେ ହଳଧର ଶବର ଦାୟିତ୍ଵ ଗ୍ରହଣ କରିବା ପରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଥିବା ବେଳେ ପ୍ରଥମ କାର୍ଯ୍ୟ ସ୍ୱରୂପ ମୋହନା ବ୍ଲକ କାର୍ଯ୍ୟାଳୟର ରୂପାନ୍ତରିତ କରିଛନ୍ତି। ମୋହନା ବ୍ଲକର ବୈଠକ ଗୃହକୁ ଉନ୍ନତ ମାନର କରି ଆଜି ସାଂସଦ ଚନ୍ଦ୍ର ଶେଖର ସାହୁ ଦ୍ଵାରା ଉଦଘାଟନ କରିଛନ୍ତି। ଏହି ଉଦଘାଟନ ସମାରୋହରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଅଧ୍ୟକ୍ଷତା କରୁଥିବା ବେଳେ ସମ୍ମାନୀୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଉପସ୍ଥିତ ଥିଲେ। ଏହା ସହ ବ୍ଲକ ଉପାଧକ୍ଷ ବାଲ୍ମୀନା ଅଧିକାରୀ ଅତିଥି ଭାବରେ ଯୋଗଦେଇ ଥିଲେ। ବିଡିଓ ହଳଧର ଶବର ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଧନ୍ୟବାଦ ଅର୍ପଣ କରିଥିଲେ। ସାଂସଦ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିବା ସହ ବିଧାୟକ ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକୁ ଉଚ୍ଚ ପ୍ରଶଂସା କରିବା ସହ ବିଡିଓ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ। ବିଡିଓ ହଳଧର ଶବର ଦାୟିତ୍ଵ ଗ୍ରହଣ କରିବା ପରେ ନେଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଅବତାରଣା କରିଥିଲେ। ଆଗାମୀ ଦିନରେ ଜନ ପ୍ରତିନିଧିଙ୍କ ସହଯୋଗରେ ବ୍ଲକ କୁ ଜିଲ୍ଲା ପ୍ରଥମ ବ୍ଲକ ରୂପେ ଗଠନ କରିବେ ବୋଲି ସହଯୋଗ କାମନା କରିଥିଲେ। ଏହା ସଙ୍ଗେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବ୍ଲକର କାର୍ଯ୍ୟଧାରା ଯଦି ଏହିପରି ଦୃତ ଗତିରେ ଚାଲେ ତେବେ ଜିଲ୍ଲାର ପ୍ରଥମ ବ୍ଲକ ଭାବେ ଗଠନ ହେବ ବୋଲି ପ୍ରକାଶ କରିଥିଲେ। ଆଜିର ଉଦଘାଟନ ସମୟରେ ସାଂସଦ ବୈଠକ ଗୃହ ସହ ଓସୱାନ କେନ୍ଦ୍ର ସହ ଅଧିକାରୀଙ୍କ ପାଇଁ ନିର୍ମାଣଧିନ ସ୍ଵତନ୍ତ୍ର କୋଠରୀ ଉନ୍ମୋଚନ କରିଥିଲେ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ