ପ୍ରବେଶିକା ପରୀକ୍ଷା ଦେଲେ ୫୦୮ ପରୀକ୍ଷାର୍ଥୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା କେନ୍ଦ୍ରରେ ୬ଷ୍ଠ ଶ୍ରେଣୀ ପାଇଁ ୪୭୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୦ ଜଣ ଅନୁପସ୍ଥିତ ଥିଲେ । ସେହିପରି ୭ମ ଶ୍ରେଣୀ ପାଇଁ ୩୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୬ ଜଣ ଅନୁପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ, ବରିଷ୍ଠ ଶିକ୍ଷକ ମାନସ କୁମାର ମାଝୀ ଡେପୁଟି ସୁପରିନଟେଣ୍ଡେଣ୍ଟ ଦାୟୀତ୍ୱ ତୁଲାଇଥିଲେ । ବିଇଓ ମଞ୍ଜୁଳାବାଳା ନାୟକ କେନ୍ଦ୍ର ପର୍ଯ୍ୟବେକ୍ଷକ ରହିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ନିକଟସ୍ଥ ବିଦ୍ୟାଳୟ ଗୁଡିକରୁ ୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ବନ୍ତ ଥାନାଧିକାରୀଙ୍କ ସହଯୋଗରେ ପରୀକ୍ଷା ଶାନ୍ତିଶୃଂଖଳାର ସହ ଅନୁଷ୍ଠିତ ହୋଇଥିଲା । ପରୀକ୍ଷା ଶେଷ ପରେ ଉତ୍ତର ଫର୍ଦ୍ଦ ଗୁଡିକୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ପ୍ରତିନିଧି ମାନେ ନେଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ