ପାରଳା ସରସ୍ବତୀ ଶିଶୁ ମନ୍ଦିରରେ କଣ୍ଢେଇ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି ଠାରେ ଗତକାଲି କଣ୍ଢେଇ ଦିବସ ପାଳିତ ହୋଇଯାଇଛି. ଏହି ଅବସରରେ ବିଦ୍ୟାଳୟର ପ୍ରାରମ୍ଭ ଓ ବୋଧ ଶ୍ରେଣୀର ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଣ୍ଢେଇ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଶତାଧିକ ଅବିଭାବକମାନେ ଏହି କଣ୍ଢେଇ ଦିବସ ଅଂଶଗ୍ରହଣ କରିବା ସହ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ମୋବାଇଲ୍ ଏବଂ କାର୍ଟୁନ୍ ର ଏହି ଯୁଗରେ ପିଲାମାନଙ୍କ ମଧ୍ୟରେ କଣ୍ଢେଇ ପ୍ରତି କମିଯାଉଥିବା ରୁଚିକୁ ପୁନଃଜାଗରଣ କରିବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମଟି ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ମମତା ମହାପାତ୍ର ନେତୃତ୍ୱରେ ତଥା ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତତ୍ବାବଧାନରେ ପାଳିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ