ପାରଳାରେ ମା’ କୁରେଇଶୁଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ଭଣ୍ଡାରି ସାହିରେ ମା’ କୁରେଇଶୁଣୀ ଠାକୁରାଣୀଙ୍କ ଯାତ୍ରା ୧୧ ବର୍ଷ ପରେ ଚଳିତ ବର୍ଷ ଅନୁଷ୍ଠିତ ହେବ | ଏନେଇ ରବିବାର ଅପରାହ୍ନରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି I ପୂଜକ ରାମକୃଷ୍ଣ ମିଶ୍ର ପୂଜାପାଠ କରି ଶୁଭଖୁଣ୍ଟି ସ୍ଥାପନ କରିଥିବା ବେଳେ ବହୁ ସଂଖ୍ୟକ ସାହି ବାସିନ୍ଦା ଉପସ୍ଥିତ ଥୂ ଥିଲେ । ଆସନ୍ତା ମେ ୨୨ ତାରିଖଠାରୁ ୭ ଦିନ ବ୍ୟାପୀ ମା’ଙ୍କ ଯାତ୍ରା ଆୟୋଜନ ପାଇଁ ନିଷ୍ପଭି ହୋଇଛି। ଭଣ୍ଡାରି ସାହି ବାସିନ୍ଦାଙ୍କ ଙ୍କ ସହ ଅଞ୍ଚଳବାସୀ ଯାତ୍ରାର ଆୟୋଜନ କରିବେ ରିବେ। ଏଥିଲାଗି ପୂଜାର୍ଚ୍ଚନା, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଲୋକୀକରଣ ସାଜସଜା କରାଯାଇ ଧୂମଧାମରେ ପାଳନ ହେବ ବୋଲି ପୂଜା କମିଟି ସଭାପତି ଉଦୟ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ବାଲାନନ୍ଦ ରଥ, ନୃସିଂହ ପ୍ରସାଦ ପାତ୍ର, କାହ୍ନୁ ଚରଣ ପାତ୍ର, ବାବୁନା ବେହେରା, ପ୍ରସାଦ ଗୌଡ, ଶ୍ରୀନିବାସ ପତିତ ଓ ଟୁଟୁ ପଣ୍ଡା କହିଛନ୍ତି I କୋଭିଡ୍ ମହାମାରୀ ସମୟରେ ଏହି ଯାତ୍ରା ହେବାକୁ ଥିଲା I ହେଲେ ସେତେବେଳେ କଟକଣା ଯୋଗୁଁ ଏହି ଯାତ୍ରା ହୋଇପାରି ନଥ୍ଲା ।