ମାଟ୍ରିକ ପାସ ପ୍ରମାଣପତ୍ର ଦେବା ପାଇଁ ୧ ଶହ ଟଙ୍କା ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କେତେକ ହାଇସ୍କୁଲରେ ମାଟ୍ରିକ ପାସ ପ୍ରମାଣ ପତ୍ର ଦେବା ନାମରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଜବରଦସ୍ତ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି. ଏଭଳି ଏକ ଅଭିଯୋଗ ପାରଳାଖେମୁଣ୍ଡି ସହର ନିକଟରେ ଥିବା ରାଣୀପେଣ୍ଠ ହାଇସ୍କୁଲରେ ଘଟିଥିବା ନେଇ ସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି.ସରକାର ବଦଳିଲେ, କିନ୍ତୁ ସରକାରୀ କର୍ମଚାରୀଙ୍କ ମନୋଭାବ ବଦଳିନି । ଏହାର ଏକ ଉଦାହରଣ ଦେଖ‌ିବାକୁ ମିଳିଛି ଶିକ୍ଷା ବିଭାଗରେ । ଜିଲା ଶିକ୍ଷା ଅଧୂକାରୀଙ୍କ କାର୍ଯ୍ୟାଳୟର ନାକତଳେ ଥିବା ରାଣୀପେଣ୍ଠ ହାଇସ୍କୁଲରୁ ମାଟ୍ରିକ ପାସ କରିଥିବା ପିଲାଙ୍କୁ ପ୍ରମାଣପତ୍ର ଦେବା ପାଇଁ ନିଆଯାଉଛି ହାତଗୁଞ୍ଜା । ନହେଲେ ପ୍ରମାଣପତ୍ର ଦିଆଯାଉନି । ଏଭଳି ଅଭିଯୋଗ ଆସିବା ପରେ ଖୋଦ ଜିଲା ଶିକ୍ଷାଧୂକାରୀ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ପରଖୁଥିଲେ । ପ୍ରଥମିକ ତଦନ୍ତରୁ ହାତଗୁଞ୍ଜା ନିଆଯାଉଥ‌ିବା କଥା ସ୍ପଷ୍ଟ ହୋଇଛି । ଏଭଳି କାରନାମା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ସ୍ଥିତ ହାଇସ୍କୁଲ( । କାଶୀନଗର ବ୍ଲକ ଅଧ୍ୟାନସ୍ଥ)ରେ ପ୍ରଥମ ରୁ ଦଶମ ଶ୍ରେଣୀ ଯାଏଁ ରହିଥ‌ିବା ବେଳେ ଅଢେଇଶହରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି ।୨୦୨୪ ମାଟ୍ରିକ ପରୀକ୍ଷାରେ ଏହି ସ୍କୁଲର ୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ସ୍କୁଲ ପ୍ରମାଣପତ୍ର ଆବଶ୍ୟକ ରହିଥ‌ିବାରୁ ଏହାକୁ ନେବା ପାଇଁ ସ୍କୁଲରେ ଛାତ୍ରଛାତ୍ରୀ ଭିଡ ଜମାଉଛନ୍ତି । ଏହାର ଫାଇଦା ନେଇ ପ୍ରତ୍ୟେକ ପିଲାଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ସ୍କୁଲ କର୍ତ୍ତୃପକ୍ଷ ଦାବି କରୁଛନ୍ତି । ଏହା ନଦେଲେ ପିଲାଙ୍କୁ ପ୍ରମାଣପତ୍ର ଦେଉନାହାନ୍ତି । ବାରମ୍ବାର ଯିବା ପରେ ମଧ୍ୟ ପ୍ରମାଣପତ୍ର ପାଉନଥିବା ପିଲା ବାଧ୍ଯ ହୋଇ ହାତଗୁଞ୍ଜା ଦେଇ ପ୍ରମାଣପତ୍ର ନେଉଥିବା ଅଭିଯୋଗ କରିଛନ୍ତି । ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଣିମାଳା କହିଛନ୍ତି ଯେ, ପ୍ରତିବର୍ଷ ପିଲାମାନେ ମାଟ୍ରିକ ପରେ ପ୍ରମାଣପତ୍ର ନେବା ବେଳେ ଖୁସିରେ କିଛି ଦେଉଛନ୍ତି । ଏ ବର୍ଷ ମଧ୍ଯ ତାହା ହୋଇଛି ବୋଲି ସେ ସଫେଇ ଦେଇଛନ୍ତି । ଖବର ପାଇ ଜିଲା ଶିକ୍ଷାଧୂକାରୀ ଡ.ମାୟାଧର ସାହୁ ସ୍କୁଲରେ ପହଞ୍ଚି ଅଭିଯୋଗ ସଂପର୍କରେ ଆଲୋଚନା ନା କରିବା ପିଲାଙ୍କ ଠାରୁ ହାତଗୁଞ୍ଜା ନିଆଯାଉଥିବା ଜାଣିବାକୁ ପାଇଥିଲେ। ଏଭଳି କାମ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ