ଚାଷୀଙ୍କୁ ଠକୁଛନ୍ତି ମିଲର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାରେ ଧାନମଣ୍ଡି ପ୍ରଶାସନ ପକ୍ଷରୁ ଗତ ୧୨ତାରିଖ ଠାରୁ ଉଦଘାଟନ କରାଯାଇଥିଲେ ମଧ୍ୟ ଗଜପତି ଜିଲ୍ଲାରେ ଚଷୀମାନେ ଏହାର ସେପରି କୌଣସୀ ସୁଫଳ ପାଉ ନ ଥିବା ଅଭିଯୋଗ ହୋଇଛି । ଏହି ଜିଲ୍ଲାର ଗୋଷାଣୀ ବ୍ଲକରେ ବିଭିନ୍ନ ପଞ୍ଚାୟତର ଚାଷୀ ମାନେ ମିଲର ମାନଙ୍କୁ ଧାନ ବିକ୍ରୀ କରିବା ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଗୋଷାଣୀ ବ୍ଲକର ବାଘଶଳା,ଉପଲଡା,ଖରସଣ୍ଡା,ଉଗରଖଣ୍ଡି ଇତ୍ୟାଦି ବିଭିନ୍ନ ପଞ୍ଚାୟତର ଚାଷୀମାନେ ଅଭିଯୋଗ କରିଛନ୍ତି ୮୦କେଜି ଓଜନର ଧାନବସ୍ତା ସରକାରୀ ନିୟମ ଅନୁଯାୟୀ ଧାନମଣ୍ଡିରେ ଦିଆଯିବା ନିୟମ ରହିଛି । ହେଲେ ଏହି ଧାନମଣ୍ଡି ଦାୟୀତ୍ୱରେ ଥିବା ମିଲର ମାନେ ଚାଷୀ ମାନଙ୍କଠାରୁ ୮୦କେଜି ବଦଳରେ ୮୩କେଜି ଅର୍ଥାତ୍ ୩କିଲୋ ଧାନ ଦେବାକୁ ବାଧ୍ୟ କରୁଛନ୍ତି । ଅଧିକା ୩କେଜି ଧାନ ନ ଦେଲେ ମିଲର ମାନେ ଧାନ କିଣୁନାହାଁନ୍ତି । ତେଣୁ ୩କିଲୋ ଅଧିକା ଧାନ ଦେବାକୁ ବାଧ୍ୟ ହୋଇଛୁ ଏବଂ ଏହା ଦ୍ୱାରା ମିଲରମାନେ ୩କେଜି ଧାନ ଠକି ନେଉଛନ୍ତି । ଏହି ଅଞ୍ଚଳର ଚାଷୀମାନଙ୍କ ପାଇଁ ଖୋଲା ଯାଇଥିବା ମଣ୍ଡି ଦାୟୀତ୍ୱରେ ଥିବା ଶ୍ରୀନିବାସ ରାଇସ ମିଲ,ଜଗତଜନନୀ ରାଇସମିଲ,ଲଖ୍ମୀ ମଡର୍ଣ୍ଣ ରାଇସମିଲ,ଇତ୍ୟାଦିରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କଲାବେଳେ ୮୦କେଜି ବଦଳରେ ଅଧିକ ୩କେଜି ଦେବା ପାଇଁ ବାଧ୍ୟ କରୁଛନ୍ତି ଯାହାକି ବେନିୟମ ଅଟେ । ସେହିପରି ଏହି ମିଲର ମାନଙ୍କ ପାଖରେ କମ୍ପ୍ୟୁଟର ନିକିତି ମଧ୍ୟ ଅଭାବ ରହିଥିବା ଏହି ଚାଷୀ ମାନେ ଅଭିଯୋଗ କରିଛନ୍ତି । ତେଣୁ ଆଜି ଗୋଷାଣୀ ବ୍ଲକର ଅନେକ ଚାଷୀ ଗଜପତି ପ୍ରଶାସନ ନିକଟରେ ଏହି ଅଭିଯୋଗ ଜଣାଇବା ପାଇଁ ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖରସଣ୍ଡା ସରପଞ୍ଚ ରାଉତ ମୋହନ ରାଓ,ଟି ସାଇଗିରି,ଜିଏମ ରାଓ ପ୍ରମୁଖଙ୍କ ନେତୃତ୍ୱରେ ଏକତ୍ରିତ ହୋଇଛନ୍ତି । ଗଜପତି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଜି ଚାଲିଥିବାରୁ ଏମାନେ ଅଭିଯୋଗ ପ୍ରଦାନ ପାଇଁ ଅପେକ୍ଷା କରିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ