ବିରଜା ନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଅନେକ କ୍ଷେତ୍ରରେ ମଣିଷର ଜୀବଦ୍ଦଶାରେ ଜଣେ ବ୍ୟକ୍ତିର ଗୁରୁତ୍ୱ ବା ବିଶେଷତ୍ୱ ଲୋକେ ଠିକ୍ ରୂପେ ଚିହ୍ନିପାରନ୍ତିନି । ତାଙ୍କର ମୃତ୍ୟୁ ପରେ ହିଁ ଜଣେ ଲୋକର ପ୍ରକୃତ ପ୍ରତିଭା ବାହାରେ ପ୍ରକାଶ ପାଏ ଓ ସେ ସଭିଙ୍କ ହୃଦୟରେ ସ୍ଥାନ ପାଆନ୍ତି । ଯୁବ ସାହିତ୍ୟିକ, ସମାଜସେବୀ ତଥା ସାମ୍ବାଦିକ ବିରଜା ନାୟକଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି ବୋଲି ସ୍ୱର୍ଗତଃ ନାୟକଙ୍କ ଏକାଦଶାହ ଅବସରରେ ଆୟୋଜିତ ସ୍ମୃତି ସଭାରେ ବକ୍ତାମାନେ ଏହା କହିଛନ୍ତି । ୧୭ ତାରିଖ ସନ୍ଧ୍ୟାରେ ବିରଜା ନାୟକଙ୍କ ବାସଭବନରେ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ ଅଭୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବାଲେଶ୍ୱରର ବିଧାୟକ ମାନସ ଦତ୍ତ, ରେମୁଣାର ପ୍ରାକ୍ତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ଅକ୍ଷୟ କୁମାର ତ୍ରିପାଠୀ, ଡକ୍ଟର କ୍ଷୀତୀଶ୍ୱର ଚନ୍ଦ୍ର ଦାଶ, ଶମ୍ଭୁନାଥ ମହାନ୍ତି, ନିରଞ୍ଜନ ପରିଡ଼ା, ଶ୍ରୀଦେବ, ରାଜେଶ ଗିରି, ଇଂ ଡ. ହୃଷୀକେଶ ସାହୁ, ଇଂ ସୁରେନ୍ଦ୍ର ନାଥ ଦାଶ, ନିରଞ୍ଜନ ରାଉତ, ଇଂ ଶିବଚରଣ ବେହେରା, ଡକ୍ଟର ଦିଲ୍ଲୀପ ଭୋଇ, ଦାମୋଦର ନାୟକ, ନରହରି ଭୂୟାଁ, ସୁଦର୍ଶନ ଦାସ, ପ୍ରଫେସର୍ ଶତ୍ରୁଘ୍ନ ମଲ୍ଲିକ, ଶ୍ୟାମ ସୁନ୍ଦର ଜେନା, ଭୁବନାନନ୍ଦ ଦାସ, ସୀତାରାମ ପ୍ରଧାନ, ଉତ୍ପଳ ମହାନ୍ତି, ଅର୍ଚ୍ଚନା ନନ୍ଦୀ, ଦୀନବନ୍ଧୁ ଲେଙ୍କା, ପ୍ରଶାନ୍ତ ଦାସ, ଯଶୋଦା ନନ୍ଦନ ଆଶ୍, ଲୋକନାଥ ଆଚାର୍ଯ୍ୟ, ଇଂ. ଗୌରାଙ୍ଗ ସାହୁ, ବସନ୍ତ ସ, ଶଶିରଞ୍ଜନ ରାଉତ ପ୍ରମୁଖ ଶ୍ରଦ୍ଧା ନିବେଦନ କରିଥିଲେ । ବିରଜା ନାୟକଙ୍କ ସମସ୍ତ ଲେଖାକୁ ନେଇ ଏକ ସଂକଳନ ରୂପରେ ଓ ତାଙ୍କ ଉପରେ ଏକ ସ୍ମୃତି ସଂକଳନ ପ୍ରକାଶ କରିବା ଲାଗି ଏହି ସଭାରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଶେଷରେ ବିରଜାଙ୍କର ବାପା ଇଂ ବନମାଳୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।