ସାଂସଦଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଓ ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବିଳମ୍ୱିତ ସନ୍ଧ୍ୟାରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ବାଲେଶ୍ଵର ଅତିରିକ୍ତ ଜିଲ୍ଲପାଳ, ବାଲିଆପାଳ ବିଡ଼ିଓ ଓ ତହସିଲଦାରଙ୍କୁ ସାଥିରେ ନେଇ ବାଲିଆପାଳର ଜାମକୁଣ୍ଡା ଓ ବିଷ୍ଣୁପୁର ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବା ସହିତ ବନ୍ୟାରେ ପ୍ରଭାବିତ ଲୋକମାନଙ୍କୁ ତୁରନ୍ତ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଜଳବନ୍ଦୀ ଥିବା ଲୋକଙ୍କୁ ବୋତଲ ପାନୀୟଜଳ, ମୁଢ଼ି, ଚୂଡ଼ା, ବିସ୍କୁଟ, ଗୁଡ଼, ମହମବତୀ, ଦିଆସିଲି ବଣ୍ଟନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣରେ ରହିଛି ଓ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଗସ୍ତ ସମୟରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା, ବସ୍ତା ଗଣମାଧ୍ୟମ ସଂଯୋଜକ ଇଂ ଦିବାକର ରାଉତ ଓ ବିଷ୍ଣୁପୁର ସରପଞ୍ଚ ମହେଶ୍ୱର ଜେନା ସାଥିରେ ଥିଲେ।