ପ୍ରାଚୀ ଉପତ୍ୟକାର ଶକ୍ତି ପୀଠ ମାନଙ୍କରେ ଶାରଦୀ ପାର୍ବଣ ପୂଜା
ନିମାପଡା,(ସନ୍ତୋଷ ଦାଶ) ଆଜି ଆଶ୍ଵିନ ମାସର ମୂଳାଷ୍ଟମୀ ତିଥି।ପାରମ୍ପରିକ ପ୍ରଥାନୁସାରେ ପୁଣ୍ୟତୋୟା ପ୍ରାଚୀ ନଦୀ ଉପତ୍ୟକା ର ବିଭିନ୍ନ ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ପ୍ରାଚୀ ଉପତ୍ୟକା କେନ୍ଦୁବିଲ୍ଵ ର ଚଣ୍ଡି ମନ୍ଦିର, ଦେଉଳଧରପୁର ର ଗଡଚଣ୍ଡି ମନ୍ଦିର,ଆମଣାକୁଦ ର ବାରଭୂଜି ଠାକୁରାଣୀ ମନ୍ଦିର, ନିଆଳୀ ର ଚଣ୍ଡଘଣ୍ଟା ମନ୍ଦିର,ନରିଶୋ ର ରାମଚଣ୍ଡୀ ମନ୍ଦିର, ବିଶିମାତ୍ରୀ ର ହରଚଣ୍ଡୀ ମନ୍ଦିର, ମୋଟିଆଁ ନୂଆସାତଙ୍କ ର ନାରାୟଣୀ ଦୁର୍ଗା ମନ୍ଦିର , ଚଉରାଶି ର ବାରାହୀ ମନ୍ଦିର ଓ ଜାଗୁଳାଇ ମନ୍ଦିର, ତୁଳସୀପୁର ର କନକଦୁର୍ଗା ମନ୍ଦିର, ପିତାପଡା ର ଦୁର୍ଗା ମନ୍ଦିର, ଅମରେଶ୍ୱର ର ଚର୍ଚ୍ଚିକା ମନ୍ଦିର, ଦୂର୍ଗେଶ୍ୱର ଗଡ଼ ର ଦୁର୍ଗା ମନ୍ଦିର, ଆମ୍ବାପଡା ର ଭଟ୍ଟାରିକା ମନ୍ଦିର, ଚିତ୍ରେଶ୍ୱରି ର ଚିତ୍ରେଶ୍ୱରୀ ମନ୍ଦିର,
କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର, ଓସିଆଁ ର ଅମ୍ବିକା ମନ୍ଦିର, ସୁନ୍ଦର ର ଗଙ୍ଗାଦେବୀ ମନ୍ଦିର, ନୂଆଗଡ ର ବାସୁଳେଇ ମନ୍ଦିର, ଜିଓଳ ର ଭଗବତୀ ମନ୍ଦିର, ଅସ୍ତରଙ୍ଗ ଗ୍ରାମ ଦେବତୀ ମନ୍ଦିର,
ଲତାହରଣ ଗ୍ରାମେଶ୍ୱର ମନ୍ଦିର ପରିସର ର ଦୁର୍ଗା ମନ୍ଦିର, ନୟାହାଟ ସାମନ୍ତ
ବଜାର ର ମା ବିଶେଶ୍ୱରୀ ଙ୍କ ମନ୍ଦିର, ମଙ୍ଗଳପୁର ର ଚଣ୍ଡୀ ମନ୍ଦିର ମାନଙ୍କ ରେ ଆଜି ଠାରୁ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଛି। ପବିତ୍ର ଶୁଦ୍ଧ ଜଳ ଅଣାଯାଇ ଦେବୀ ମାନଙ୍କୁ ସ୍ନାନ କରାଯିବା ସହିତ ମନ୍ଦିର ଗର୍ଭ ଗୃହ ରେ ଅଖଣ୍ଡ ଦୀପ ଓ କଳସ ସ୍ଥାପନ କରାଯାଇ ମା ମାନଙ୍କୁ ଷୋଡ଼ଶ ଉପଚାର ପୂଜା ପଦ୍ଧତି ରେ ପୂଜା କରାଯାଉଛି। ଏହି ଶାରଦୀୟ ପାର୍ବଣ ପୂଜା ସମୟ ରେ ମହାଷ୍ଟମୀ ପର୍ଯ୍ୟନ୍ତ ମା ଙ୍କ ନିକଟରେ ଆମିଷ ଭୋଗ ଲାଗି କରାଯିବ ବୋଲି କହିଛନ୍ତି ମା ଭଟ୍ଟାରିକା ମନ୍ଦିର ର ପୂଜକ ଦେବେନ୍ଦ୍ର ଦିକ୍ଷୀତ। ଏହି ସମୟ ରେ ମା ଙ୍କ ପୀଠରେ ଚଣ୍ଡୀପାଠ, ସିଂହ ପୂଜା, ମନ୍ତ୍ରଜପ , କଳସ ପୂଜା, ଦ୍ୱାରପାଳ ପୂଜା ଭଳି ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ ବୋଲି କହିଛନ୍ତି ମା ଚାଚଖାଇ ଙ୍କ ମନ୍ଦିର ପୂଜକ ଗୌରାଙ୍ଗ ଚରଣ ଦିକ୍ଷୀତ।ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରାଚୀ ଉପତ୍ୟକା ର ସମସ୍ତ ଶକ୍ତି ପୀଠ ଉତ୍ସବ ମୁଖର ହୋଇଉଠିଛି।

 
             
						 
						 
						 
						 
						 
						
